ଓଡିଶା

odisha

ETV Bharat / state

କ୍ବିଣ୍ଟାଲ କ୍ବିଣ୍ଟାଲ ପିଆଜ ପାଇଁ କଳାହାଣ୍ଡିରେ ନାହିଁ ଗୋଦାମଘର - କଳାହାଣ୍ଡି

କଳାହାଣ୍ଡି ଜିଲ୍ଲାରେ ପିଆଜ ଗୋଦାମର ଅଭାବ । ଫଳରେ ଅଭାବୀ ବିକ୍ରୀର ଶିକାର ହେଉଛି ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : May 5, 2019, 4:15 PM IST

କଳାହାଣ୍ଡି: ଜିଲ୍ଲାରେ ଅର୍ଥକାରୀ ଫସଲର ମାନ୍ୟତା ପାଇଛି ପିଆଜ ଚାଷ । ଗାଁ ହେଉକି ସହର ସବୁଠାରେ ପିଆଜର ଚାହିଦା ବେଶ ଅଧିକ । ପିଆଜ ଏକ ରୋଷେଇ ଘରର ପ୍ରମୁଖ ପରିବା । ହେଲେ ରାଜ୍ୟରେ ପିଆଜକୁ ନେଇ କେତେବେଳେ ଅଭାବ ଦେଖାଦିଏ ତ ଆଉ କେତେବେଳେ ପିଆଜ ଦର ଆଖିରୁ ଲୁହ ଗଡାଇ ଦିଏ । ହେଲେ ଜିଲ୍ଲାରେ ଯଥେଷ୍ଟ ପିଆଜ ଉତ୍ପାଦନ ହେଉଥିବାବେଳେ ଗୋଦାମ ଘରର ଅଭାବ ଯୋଗୁଁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସେପଟେ ପିଆଜ ଚାଷକୁ ଲୋକାଭିମୁଖୀ କରିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲାର ଜଳ ବିଭାଜିକା ମିଶନ ଓ ଉଦ୍ୟାନ ବିଭାଗ । ଏଥିପାଇଁ ବିଭାଗ ପକ୍ଷରୁ ଚାଷୀଙ୍କୁ ପଞ୍ଜୀକରଣ, ତାଲିମ, ବିହନ, ଗୋଦାମ ଘର, ଜଳସେଚନ ବ୍ୟବସ୍ଥା ପାଇଁ ସହାୟତା ଯୋଗାଇ ଦିଆଯାଇଛି । ଏହି ସବୁ ଯୋଜନା ମାଧ୍ୟମରେ ଚାଷୀ ରବି ଋତୁରେ ମଧ୍ୟ ପିଆଜ ଉତ୍ପାଦନ ପାଇଁ ସକ୍ଷମ ହେଇପାରୁଥିବା ଚାଷୀ ଓ ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details