ଓଡିଶା

odisha

By

Published : Sep 20, 2020, 11:04 AM IST

ETV Bharat / state

ବଜ୍ରପାତରେ ଜଣେ ମୃତ ଓ ଜଣେ ଗୁରୁତର

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବାଙ୍କପଲାସ ଗାଁରେ ଅଭାବନୀୟ ଘଟଣା । ବଜ୍ରପାତରେ 10 ବର୍ଷର ଗଙ୍ଗୋତ୍ରୀ ଭୋଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ 11 ବର୍ଷର ରମାକାନ୍ତ ଭୋଇଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଅଧିକ ପଢନ୍ତୁ...

One was killed and another was serious in lightening
ବଜ୍ରପାତରେ ଜଣେ ମୃତ ଓ ଜଣେ ଗୁରୁତର

ଭବାନୀପାଟଣା: ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ନିୟମିତ ଭାବରେ ବୃଦ୍ଧି ପାଉଥିବା ଯୋଗୁଁ ଏହାର ଶିକାର ହେଉଛନ୍ତି ନିରୀହ ସାଧାରଣ ଜନତା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜୁନାଗଡ ବ୍ଲକ ଅନ୍ତର୍ଗତ ବାଙ୍କପଲାସ ଗାଁରେ । ହଠାତ ବଜ୍ରପାତ ଘଟି 10 ବର୍ଷର ଗଙ୍ଗୋତ୍ରୀ ଭୋଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ 11 ବର୍ଷର ରମାକାନ୍ତ ଭୋଇଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ବଜ୍ରପାତରେ ଜଣେ ମୃତ ଓ ଜଣେ ଗୁରୁତର

ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଚିଲଗୁଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details