ଓଡିଶା

odisha

ETV Bharat / state

ପିକନିକ ହେଲା କାଳ: ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ - ପିକନିକ ହେଲା କାଳ

ପିକନିକ ହେଲା କାଳ । ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ଦେଲା ବାପା । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ତି ଜିଲ୍ଲାରେ । ଅଧିକ ପଢନ୍ତୁ

ପିକନିକ ହେଲା କାଳ: ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ
ପିକନିକ ହେଲା କାଳ: ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ

By

Published : Dec 23, 2021, 9:11 PM IST

ଭବାନୀପାଟଣା : ପିକନିକ ହେଲା କାଳ। ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ଦେଲା ବାପା । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ତି ଜିଲ୍ଲାରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, କଳାହାଣ୍ତିର ଫୁରୁଳିଝରଣ ଜଳ ପ୍ରପାତକୁ ଟିଟିଲାଗଡର ତିନୋଟି ପରିବାର ପିକନିକ ପାଇଁ ଆସିଥିଲେ ।

ପିକନିକ ହେଲା କାଳ: ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ

ହେଲେ ଜଳ ପ୍ରପାତରେ ଦୁଇ ନାବାଳକ ଖସିପଡିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ବାପା ପାଣିରେ ବୁଡି ଯାଇଥିଲେ । ତେବେ ପାଣି ଭିତରୁ ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ଭବାନୀପାଟଣା ମେଡିକାଲ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଛନ୍ତି । ଭବାନୀପାଟଣା ସଦର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details