ଓଡିଶା

odisha

ETV Bharat / state

ପ୍ରବଳ ବର୍ଷା ଯୋଗୁଁ ଭୁଶୁଡି଼ଲା ପୋଲ: ନଦୀରେ ଭାସି ଜଣେ ମୃତ - କଳାହାଣ୍ଡିରେ ନଦୀରେ ଭାସି ଜଣଙ୍କ ମୃତ୍ୟୁ

ପ୍ରବଳ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଅଞ୍ଚଳରେ ଅନେକ ରାସ୍ତା ଧୋଇଯିବା ସହ ପୋଲ ଭୁଶୁଡି ପଡିଛି । କାଚଲେଖା ଗାଁର ମାସିଆ ମାଝୀ ବାରଙ୍ଗପଦର ନିଜ ଝିଅ ଘରକୁ ଯିବାବେଳେ ଭାସିଯାଇଛି । ଓଡ୍ରାଫ ଟିମ ମାସିଆ ମାଝୀର ଶବ ଉଦ୍ଧାର କରିଛି । ଅଧିକ ପଢନ୍ତୁ

ପ୍ରବଳ ବର୍ଷା ଯୋଗୁଁ ଭୁଶୁଡି଼ଲା ପୋଲ: ନଦୀରେ ଭାସି ଜଣେ ମୃତ
ପ୍ରବଳ ବର୍ଷା ଯୋଗୁଁ ଭୁଶୁଡି଼ଲା ପୋଲ: ନଦୀରେ ଭାସି ଜଣେ ମୃତ

By

Published : Jul 10, 2022, 7:32 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ୫ ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଜିଲ୍ଲାର ଥୁଆମୂଳ ରାମପୁର ଅଞ୍ଚଳରେ ଲଗାଣ ବର୍ଷ ଦେଖିବାକୁ ମିଳିଛି । ଫଳରେ ଅନେକ ରାସ୍ତା ଧୋଇଯିବା ସହ ପୋଲ ଭୁଶୁଡି ପଡିଛି ।

ପ୍ରବଳ ବର୍ଷା ଯୋଗୁଁ ଭୁଶୁଡିଲା ପୋଲ: ନଦୀରେ ଭାସି ଜଣେ ମୃତ

ସୂଚନା ଅନୁଯାୟୀ, ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଚଲେଖା ନଦୀରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେବାରୁ ପୋଲ ଭୁଶୁଡି ପଡିଛି । ରାସ୍ତା ଧୋଇହୋଇ ଯିବାରୁ ଗାଁକୁ ଯାତାୟତ ବ୍ୟାହାତ ହୋଇଛି । ଆଜି(ରବିବାର) ସକାଳୁ କାଚଲେଖା ଗାଁର ମାସିଆ ମାଝୀ ବାରଙ୍ଗପଦର ନିଜ ଝିଅ ଘରକୁ ଯିବା ପାଇଁ ବାହାରିଥିଲେ । ନଦୀ ପାରି ହେଉଥିବା ସମୟରେ ଜଳ ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ଓଡ୍ରାଫ ଟିମ ଓ ପୋଲିସ ପହଞ୍ଚି ଅନେକ ଖୋଜାଖୋଜି କରିବା ପରେ ମାସିଆ ମାଝୀଙ୍କ ମୃତଦେହ ଉଦ୍ଧାର କରିଛି ।

ଗତ କିଛି ମାସ ତଳେ କେରପାଇ ଓ କଚଲେଖା ଗାଁକୁ ସଂଯୋଗ କରୁଥିବା ନଦୀରେ ସରକାରଙ୍କ ପକ୍ଷରୁ ପୋଲ ନିର୍ମାଣ କରାଯାଇଥିଲା । ହେଲେ ପ୍ରଥମ ବର୍ଷା ପାଣିରେ ହିଁ ଧୋଇ ହୋଇଗଲା ପୋଲ । ଫଳରେ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ କାଚଲେଖା ବିଦ୍ୟାଳୟକୁ ପଠା ପଢ଼ିବା ପାଇଁ ଯାଉଥିବା କେରପାଇ, ସର୍ଗିପଦର, ଚିମିରାଙ୍ଗପଦର ଓ ପାଣ୍ଡିପଦର ଗାଁର କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଏବେ ଏହି ନଦୀ ବିପଦ ସୃଷ୍ଟି କରିଛି । ପାହାଡିଆ ଅଞ୍ଚଳରେ ନଦୀନାଳ ଗୁଡିକରେ ସ୍ରୋତ ସବୁବେଳେ ପ୍ରଖର ରହିଥାଏ । କିନ୍ତୁ, ଏହି କୁନି ପିଲା ମାନେ ନିଜ ଜୀବନକୁ ବାଜିରେ ଲଗାଇ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ ପାଠ ପଢିବାକୁ ଯାଉଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details