ଭବାନୀପାଟଣା:ବାହାଘର ଭୋଜି ଖାଇବା ହେଲା କାଳ । ଭୋଜି ଖାଇବା ପରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜଣକର ମୃତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଚିଙ୍ଗଡି଼ପାସ ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ଶ୍ରୀପତି ମାଝୀ । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଚିଙ୍ଗଡି଼ପାସ ଗାଁର ଶ୍ରୀପତି ମାଝୀ ଓ କିଛି ଲୋକ ଗତ କିଛିଦିନ ତଳେ ରାୟଗଡାର କାଶୀପୁର ଅଞ୍ଚଳକୁ ଭୋଜି ଖାଇବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ୪ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଶ୍ରୀପତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଗତ ଜୁଲାଇ ୯ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା ।