ଭବାନୀପାଟଣା: ଆଇପିଏଲ ସଟ୍ଟା ମୁହାଁ ହୋଇଛନ୍ତି ଯୁବଗୋଷ୍ଠୀ । ବିନା ପରିଶ୍ରମରେ ଟଙ୍କା ଉପାର୍ଜନର ଲୋଭ ଦେଖାଇ ସଟ୍ଟା ବ୍ୟବସାୟୀ କରୁଛି ବ୍ୟବସାୟ । ମୁଖ୍ୟ ଟାର୍ଗେଟରେ ଅଛନ୍ତି ଗ୍ରାମାଞ୍ଚଳର ବେକାର ଯୁବଗୋଷ୍ଠୀ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ଏବେ ଆଇପିଏଲ ସଟ୍ଟା ଖେଳର ହବ ପାଲଟିଛି । ଧର୍ମଗଡ଼ ସହର ସମେତ ଏହାର ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଏହା ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି ।
ଚାଲିଥିଲା ଆଇପିଏଲ ବେଟିଂ, ଧରିଲା ପୋଲିସ - ଧର୍ମଗଡ଼ ଆଇପିଏଲ ସଟ୍ଟା ଖେଳ
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ଏବେ ଆଇପିଏଲ ସଟ୍ଟା ଖେଳର ହବ ପାଲଟିଛି । ଧର୍ମଗଡ଼ ସହର ସମେତ ଏହାର ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଏହା ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି । ଏହି ଘଟଣାରେ ଧର୍ମଗଡ଼ର କେନ୍ଦୁମୁଣ୍ଡି ପଡାର ରଶ୍ମି ରଞ୍ଜନ ଚୌଧୁରୀକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ
ଚାଲିଥିଲା ଆଇପିଏଲ ବ୍ୟାଟିଂ, ଧରିଲା ପୋଲିସ
ଚାଲିଥିଲା ଆଇପିଏଲ ବେଟିଂ, ଧରିଲା ପୋଲିସ
ସୋସିଆଲ ମିଡିଆ ଜରିଆରେ ହେଉଛି ଖେଳ । ଆଜି(ସୋମବାର) ଧର୍ମଗଡ଼ ଏସଡ଼ିପିଓ ଧିରଜ ଚୋପଦାରଙ୍କ ନେତୃତ୍ତ୍ବରେ ଏକ ପୋଲିସ ଟିମ ଆଇପିଏଲ ସଟା ବ୍ୟବସାୟୀଙ୍କ ଉପରେ ଅତର୍କିତ ଚଢ଼ାଉ କରିଛନ୍ତି । ଏହି ଘଟଣାରେ ଧର୍ମଗଡ଼ର କେନ୍ଦୁମୁଣ୍ଡି ପଡାର ରଶ୍ମି ରଞ୍ଜନ ଚୌଧୁରୀକୁ ଗିରଫ କରିବା ସହ ୭ଟି ମୋବାଇଲ ଫୋନ, ଗୋଟିଏ ଲାପଟପ, ୪ଟି ପାସବୁକ ସହ ୪ଟି ଏଟିଏମ କାର୍ଡ, ୭୦ ହଜାର ଟଙ୍କା, ଗୋଟିଏ ନୋଟ କାଉଣ୍ଟିଙ୍ଗ ମେସିନ ଜବତ କରାଯାଇଥିବା ନେଇ ପୋଲିସ ପ୍ରକାଶ କରିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ