ଓଡିଶା

odisha

ETV Bharat / state

ବନ୍ୟା ବିପତ୍ତି, ନାଳରେ ଭାସିଯାଇ ବୃଦ୍ଧା ମୃତ - କେନାଲରେ ଭାସିଗଲେ ବୃଦ୍ଧା

ବନ୍ୟା ବିପତ୍ତି ଆଣିଦେଇଛି ଦୁଃଖ । ନାଲରେ ଭାସି ଯାଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବନ୍ୟା ବିପତ୍ତି, ନାଳରେ ଭାସିଯାଇ ବୃଦ୍ଧା ମୃତ
ବନ୍ୟା ବିପତ୍ତି, ନାଳରେ ଭାସିଯାଇ ବୃଦ୍ଧା ମୃତ

By

Published : Aug 16, 2022, 4:00 PM IST

ଭବାନୀପାଟଣା: ଗତ ୪ଦିନ ହେବ ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲା ବେହାଲ ହୋଇଛି । ଅନେକ ନଦୀ ନାଳରେ ବନ୍ୟାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ବନ୍ୟା ବିପତ୍ତି ଆଣିଦେଇଛି ଦୁଃଖ । ନାଲରେ ଭାସି ଯାଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି ।

ବନ୍ୟା ବିପତ୍ତି, ନାଳରେ ଭାସିଯାଇ ବୃଦ୍ଧା ମୃତ

ଏହା ବି ପଢନ୍ତୁ...ବେକେ ପାଣିରେ ମୃତଦେହ ଧରି ନାଳ ପାରି ହେଲେ ମାଲଭାଇ

ସୂଚନା ଅନୁଯାୟୀ, ଜିଲ୍ଲା ଧର୍ମଗଡ଼ ଅନ୍ତର୍ଗତ କାଶିବାହାଲ ଗାଁର ବୃଦ୍ଧା ଜାନକୀ ମୁଣ୍ଡା ଗାଁ ନିକଟରେ ଥିବା ନାଳକୁ ଗାଧୋଇବାକୁ ଯାଇଥିଲେ । ନାଳରେ ପ୍ରବାହିତ ହେଉଥିବା ବନ୍ୟା ଜଳରେ ଭାସି ଯାଇ ତାଙ୍କର ମୃତ୍ୟୁ ହୋଇଛି । ଜାନକୀ ମୁଣ୍ଡାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି । ପରିବାରକୁ ବ୍ଲକ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବାରିହା ।

ଇଟିଭି ଭାରତ, କଲାହାଣ୍ଡି

ABOUT THE AUTHOR

...view details