ଓଡିଶା

odisha

ETV Bharat / state

କଳାହାଣ୍ଡିରେ ବାର୍ଦ୍ଧକ୍ୟ ଭତ୍ତା ଦୁର୍ନୀତି, ମୃତକଙ୍କ ନାଁରେ ଉଠୁଛି ଟଙ୍କା

ଭୂତ ଖାଉଛି ଭତ୍ତା ଟଙ୍କା । ଜଣେ କି ଦୁଇ ଜଣ ନୁହେଁ, ଭତ୍ତା ପାଉଛନ୍ତି ୧୭ ଜଣ ମୃତ ବୃଦ୍ଧ । ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ଏଭଳି କିଛି ଦୁର୍ନୀତି ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲାରୁ । ଅଧିକ ପଢନ୍ତୁ

କଳାହାଣ୍ଡିରେ ବାର୍ଦ୍ଧକ୍ୟ ଭତ୍ତା ଦୁର୍ନୀତି, ମୃତକଙ୍କ ନାଁରେ ଉଠୁଛି ଟଙ୍କା
କଳାହାଣ୍ଡିରେ ବାର୍ଦ୍ଧକ୍ୟ ଭତ୍ତା ଦୁର୍ନୀତି, ମୃତକଙ୍କ ନାଁରେ ଉଠୁଛି ଟଙ୍କା

By

Published : Sep 10, 2022, 2:55 PM IST

ଭବାନୀପାଟଣା: ଭୂତ ଖାଉଛି ଭତ୍ତା ଟଙ୍କା । ମାସ କି ଦୁଇ ମାସ ନୁହେଁ, ବରଂ ବର୍ଷ ବର୍ଷ ହେଲାଣି ଭତ୍ତା ନେଉଛି ଭୂତ । ଗୋଟିଏ ପଞ୍ଚାୟତର ୧୭ ଜଣ ମୃତ ବୃଦ୍ଧ ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ଏହି କଥାଟି ଆପଣଙ୍କୁ ହୁଏତ ଅଡୁଆ ଲାଗୁ ଥାଇପାରେ । ହେଲେ ବାସ୍ତବରେ ଏଭଳି କିଛି ଘଟଣା ପ୍ରକାଶ ପାଇଛି କଳାହାଣ୍ଡି ଜିଲ୍ଲା (Kalahandi district) ଧର୍ମଗଡ ବ୍ଲକ ଧଅଁରପୁର ପଞ୍ଚାୟତରେ । ଧଅଁରପୁର ଅଞ୍ଚଳର ୧୭ ଜଣ ମୃତବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ଆସୁଛି । ହେଲେ ସେମାନଙ୍କ ପରିବାର ଲୋକେ ଏହା ବାବଦରେ କୌଣସି ସୂଚନା ନାହିଁ ।

କଳାହାଣ୍ଡିରେ ବାର୍ଦ୍ଧକ୍ୟ ଭତ୍ତା ଦୁର୍ନୀତି, ମୃତକଙ୍କ ନାଁରେ ଉଠୁଛି ଟଙ୍କା

ଅଭିଯୋଗ ଅନୁଯାୟୀ, ଧଅଁରପୁର ପଞ୍ଚାୟତରେ ଗତ ୨୦୨୦ ମସିହାଠାରୁ କୌଣସି ଭତ୍ତା ହିତାଧିକାରୀଙ୍କ ମୃତ ହୋଇ ନଥିବା ଭତ୍ତା ରେଜିଷ୍ଟ୍ରରରୁ ଜଣାପଡିଛି । ଯାହାକୁ ନେଇ ପଞ୍ଚାୟତର ପ୍ରତି ୱାର୍ଡ ମେମ୍ବର ନିଜ ନିଜ ୱାର୍ଡ ତଦାରଖ କରିଥିଲେ । ଯାହାପରେ ୨୦୨୦ ମସିହାରୁ ୧୭ ଜଣ ହିତାଧିକାରୀଙ୍କ ମୃତ୍ୟୁ ଘଟିଛି । ହେଲେ ଏହି ୧୭ ଜଣ ଭତ୍ତା ହିତାଧିକାରୀଙ୍କ ମୃତ୍ୟୁ ହୋଇଥିଲେ ବି ତାଙ୍କ ନାଁରେ ପ୍ରତିମାସରେ ଟଙ୍କା ଆସୁଥିବା ଜଣାପଡିଥିଲା ।

ସେପଟେ ପରିବାର ସଦସ୍ୟଙ୍କ କହିବା ଅନୁସାରେ, ''ଘରର ଭତ୍ତା ହିତାଧିକାରୀଙ୍କ ମୃତ୍ୟୁ ହେବା ପରଠାରୁ ସେମାନେ ପଞ୍ଚାୟତରୁ କୌଣସି ଟଙ୍କା ପାଇନାହାନ୍ତି ।'' ତେଣୁ ଏଠି ପ୍ରଶ୍ନ ଉଠୁଛି, ଟଙ୍କା ଯାଉଛି କୁଆଡ଼େ ? ମାସେ ନୁହେଁ କି ଦୁଇ ମାସ ନୁହେଁ, ବରଂ ବର୍ଷ ବର୍ଷ ଧରି ଆସୁଥିବା ଭତ୍ତା ଟଙ୍କା ଖାଉଛି କିଏ ? ସତରେ କ'ଣ ଏହି ଭତ୍ତା ଟଙ୍କା ଖାଉଛି କି ଭୂତ ?

ଏହାମଧ୍ୟ ପଢନ୍ତୁ:ଭୁବନେଶ୍ବରରେ ପହଞ୍ଚିଲେ ଆଉ ଦୁଇ କେନ୍ଦ୍ରମନ୍ତ୍ରୀ

ପ୍ରତ୍ୟେକ ମାସରେ ପଞ୍ଚାୟତର ମାସିକ ବୈଠକ ହୁଏ । ଏଥିରେ ପଞ୍ଚାୟତ ଅନ୍ତର୍ଗତ ସବୁ ଗ୍ରାମର ଚାହିଦା, ବିକାଶ ଓ ଉନ୍ନୟନ କାମ ବିଷୟରେ ଆଲୋଚନା କରାଯାଏ । ଏପରକି କାହାର ମୃତ୍ୟୁ ହୋଇଛି ତାହା ଆଲୋଚନା ହୁଏ । ଭତ୍ତା ହିତାଧାରୀଙ୍କ ମୃତ ବିବରଣୀ ମଧ୍ୟ ବୈଠକରେ ସାମିଲ ହୋଇଥାଏ । ହେଲେ କାହିଁକି କିଭଳି ପରିସ୍ଥିତିରେ ମୃତକଙ୍କ ନା ରେଜିଷ୍ଟ୍ରରରୁ କଟାଗଲା ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଏନେଇ ଅଭିଯୋଗ ହେବା ପରେ ଆରମ୍ଭ ହୋଇଛି ପ୍ରଶାସନିକ ତଦନ୍ତ । ଘଟଣାର ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି BDO କହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details