ଓଡିଶା

odisha

ETV Bharat / state

ସୁଉଚ୍ଚ ହାଂପ୍ତା ପାସ୍‌ ପର୍ବତ ଶୀର୍ଷରେ ତ୍ରିରଙ୍ଗା ଉଡାଇଲେ ଓଡ଼ିଆ ପର୍ବତାରୋହୀ ଦଳ

ହିମାଚଳ ପ୍ରଦେଶର ହାଂପ୍ତା ପାସ୍‌ ପର୍ବତ ଶୀର୍ଷରେ ତ୍ରିରଙ୍ଗା ଉଡାଇଲେ ଓଡ଼ିଆ ପର୍ବତାରୋହି ଦଳ । ୪ ଜଣ ପର୍ବତାରୋହୀ ଏହା କାର୍‌ନାମା କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଅଧିକ ପଢ଼ନ୍ତୁ

ସୁଉଚ୍ଚ ହାଂପ୍ତା ପାସ୍‌ ପର୍ବତ ଶୀର୍ଷରେ ତ୍ରିରଙ୍ଗା ଉଡାଇଲେ ଓଡ଼ିଆ ପର୍ବତାରୋହୀ ଦଳ
ସୁଉଚ୍ଚ ହାଂପ୍ତା ପାସ୍‌ ପର୍ବତ ଶୀର୍ଷରେ ତ୍ରିରଙ୍ଗା ଉଡାଇଲେ ଓଡ଼ିଆ ପର୍ବତାରୋହୀ ଦଳ

By

Published : Jun 13, 2022, 10:28 PM IST

ଭବାନୀପାଟଣା:ହିମାଚଳ ପ୍ରଦେଶର ହାଂପ୍ତା ପାସ୍‌ ପର୍ବତ ଶୀର୍ଷରେ ଉଡିଲା ତ୍ରିରଙ୍ଗା । ଜୁନ୍‌ ୧୦ ତାରିଖରେ ୧୪୦୬୫ ଫୁଟ ଉଚ୍ଚ ବିଶିଷ୍ଟ ହାଂପ୍ତା ପାସ୍‌ ପର୍ବତ ଶୀର୍ଷରେ ରାଜ୍ୟର ୨୪ ଜଣ ପର୍ବତାରୋହୀ ଏହା କାର୍‌ନାମା କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ପର୍ବତ ଶୀର୍ଷରେ -5°c ରୁ -10°c ହାଡ଼ଭଙ୍ଗା ଶୀତର ସାମ୍ନା କରିଥିଲେ ୨୪ ଜଣ ପର୍ବତାରୋହୀ ।

ସୁଉଚ୍ଚ ହାଂପ୍ତା ପାସ୍‌ ପର୍ବତ ଶୀର୍ଷରେ ତ୍ରିରଙ୍ଗା ଉଡାଇଲେ ଓଡ଼ିଆ ପର୍ବତାରୋହୀ ଦଳ


ହାଂପ୍ତା ପାସ୍‌ ପର୍ବତ ଚଢ଼ିବାକୁ କଳିଙ୍ଗ ଡେୟାରଡେଭିଲ୍ସ‌ ଏବଂ ଥ୍ରୀଲୋଫିଲିଆର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ୨୪ ଜଣ ପର୍ବତାରୋହୀଙ୍କୁ ଚୟନ କରାଯାଇଥିଲା । ଜୁନ୍‌ ୬ ତାରିଖରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ଇନକମ ଟ୍ୟାକ୍ସ ଆସିଷ୍ଟାଣ୍ଟ କମିଶନର ହୃଦୟ ଦାସ ସବୁଜ ପତାକା ଦେଖାଇ ପର୍ବତାରୋହଣ ର ଶୁଭାରମ୍ଭ କରିଥିଲେ । ହାଂପ୍ତା ପାସ୍‌ ପର୍ବତ ଆରୋହଣ ପାଇଁ ହିମାଚଳ ପ୍ରଦେଶର ଯୋବ୍ରାଠାରୁ ଯାତ୍ରା ଆରମ୍ଭ ହୋଇଥିଲା । କଳାହାଣ୍ଡି ଜିଲ୍ଲାର ସତ୍ୟପୀର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ୨୪ ଜଣ ପର୍ବତାରୋହଣ ଆରମ୍ଭ କରିଥିଲେ ।

ଜୁନ୍‌ ୧୦ ତାରିଖ ଅପରାହ୍ଣରେ ୨୪ ଓଡ଼ିଆ ପର୍ବତର ଶୀର୍ଷରେ ପହଞ୍ଚିଥିଲେ । ସର୍ବନିମ୍ନ ତାପମତ୍ରାରେ ସମସ୍ତ ଉପଯୋଗୀ ଉପକରଣ ସହ ଯାତ୍ରା ଆରମ୍ଭ କରିଥିଲେ । ଏହି ପର୍ବତାରୋହଣ ଟିମ୍‌ରେ ଭୁବନେଶ୍ୱରରୁ ଦେବବ୍ରତ ନାୟକ, ପ୍ରକାଶ ଶତପଥୀ, ଶୁଭଙ୍କର ମହାନ୍ତି, ଦୀପକ ରଞ୍ଜନ ଦାଶ, ମିଲନ୍ ମନୋହର ପ୍ରିୟାର୍ଜନ, ଡମ୍ବରୁ ବେହେରା ସାମିଲ ଥିଲେ । ସେହିଭଳି କେନ୍ଦୁଝର ଜିଲ୍ଲାରୁ ଅରୁଣ କୁମାର ମହାନ୍ତ, କଳାହାଣ୍ଡି ଜିଲ୍ଲାର ନୃସିଂହ ଚରଣ ପଣ୍ଡା, ସ୍ଵରାଜ ରାଉତ, ରେଶବ ପାଣିଗ୍ରାହୀ, ଜ୍ୟୋତିଷ କୁମାର ବାଗ, ଅଭିଜିତ ଦାଶ, ଜିତେନ୍ଦ୍ର କୁମାର ନାଏକ, ଜିତେନ୍ଦ୍ର ସାହୁ, ଯଶୋବନ୍ତ ଧାଙ୍ଗଡାମାଝୀ, ସୌମ୍ୟ ରଞ୍ଜନ ରାଉତ, ଠାକୁର ସେନାପତି । ନୂଆପଡା ଜିଲ୍ଲାରୁ ସଚିନ ବେହେରା, ଶୋଭନ ରଥ, ବଲାଙ୍ଗୀର ଜିଲ୍ଲାରୁ ଅମନ୍ ଛତ୍ରିଆ, ସୌରଭ ସମ୍ବିତ ତ୍ରିପାଠୀ ସାମିଲ ଥିଲେ । ଦେବଗଡ଼ ଜିଲ୍ଲାରୁ ବିଶ୍ୱଜିତ୍ ପାଢ଼ୀ ଏବଂ ରାଉରକେଲାରୁ ବିଶୁ ସିଂ ପ୍ରମୁଖ ମଧ୍ୟ ଏହି ଦଳରେ ସାମିଲ ରହିଥିଲେ ।

For All Latest Updates

TAGGED:

ABOUT THE AUTHOR

...view details