ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ୨ ଯୁବକଙ୍କ ଉନ୍ମତ୍ତକାଣ୍ଡ । ନର୍ସଙ୍କ କଥାରେ ରାଗିଯାଇ ଭଙ୍ଗାରୁଜା ସହ ନର୍ସ ଓ ସିକ୍ୟୁରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ କଲେ ରୋଗୀଙ୍କ ସମ୍ପର୍କୀୟ । ମିଳିଥିବା ସୂଚନା ଅନୁଯାଇ ଜଣେ ମହିଳାଙ୍କୁ ଗତକାଲି ରକ୍ତ ଅଭାବରୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଗତକାଲି ସନ୍ଧ୍ୟା ସମୟରେ ତାଙ୍କୁ ଡ଼ିସଚାର୍ଜ କରି ଘରକୁ ନେବା ପାଇଁ ଦୁଇ ଜଣ ସମ୍ପର୍କୀୟ ନର୍ସଙ୍କୁ ଜଣାଇଥିଲେ। ପରେ ନର୍ସ ରେଜିଷ୍ଟ୍ରରରେ ଦସ୍ତଖତ କରି ନେବା ପାଇଁ କହିବାରୁ ଏତିକିରେ ରାଗିଯାଇଥିଲେ ସମ୍ପର୍କୀୟ ।
ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ରୋଗୀଙ୍କ ସମ୍ପର୍କୀୟ ଉନ୍ମତ୍ତକାଣ୍ଡ - Nurses and security guards were fatally assaulted
ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ୨ ଯୁବକଙ୍କ ଉନ୍ମତ୍ତକାଣ୍ଡ । ନର୍ସଙ୍କ କଥାରେ ରାଗିଯାଇ ଭଙ୍ଗାରୁଜା ସହ ନର୍ସ ଓ ସିକ୍ୟୁରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ କଲେ ରୋଗୀଙ୍କ ସମ୍ପର୍କୀୟ । ଅଧିକ ପଢନ୍ତୁ..
ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟଙ୍କ ଭଙ୍ଗାରୁଜା, ନର୍ସ ଓ ସିକ୍ୟୁରୀଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ
ଏହାପରେ ୨ ଯୁବକ ନର୍ସଙ୍କ ରୁମରେ ଭଙ୍ଗା ରୁଜା କରିବା ସହ ଡାକ୍ତରଙ୍କ ଡ୍ୟୁଟି ରୁମ ଏବଂ ଡ୍ରେସିଂ ରୁମରେ ଭଙ୍ଗାରୁଜା କରିଥିଲେ । ନର୍ସ, ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏହି ଘଟଣାରେ ୫କର୍ମଚାରୀ ଆହତ ହୋଇଥିବା ବେଳେ ଖବର ପାଇ ଡାକ୍ତରଖାନାରେ ପୋଲିସ ପହଞ୍ଚି ୨ ଯୁବକଙ୍କୁ କାବୁ କରିବା ସହ ଥାନାରେ ଅଟକ ରଖିଥିବା ଜଣାପଡିଛି । ସେପଟେ ଏଭଳି ଘଟଣାକୁ ନେଇ କାର୍ଯ୍ୟରତ କର୍ମଚାରୀ ଏବଂ ଡାକ୍ତରଙ୍କ ସୁରକ୍ଷାଙ୍କୁ ନେଇ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ