କଳାହାଣ୍ଡି: ଆସୁଛି ନୁଆଖାଇ । ଆଉ ମାତ୍ର 3 ଦିନ ପରେ ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଗାଁରୁ ସହର ପର୍ଯ୍ୟନ୍ତ ଆରମ୍ଭ ହୋଇଛି ପ୍ରସ୍ତୁତି । ଚଳ ଚଞ୍ଚଲ କଳାହାଣ୍ଡି । କାରଣ ବାରମାସର ତେର ପରବରୁ ନୂଆଖାଇ ହେଉଛି ପଶ୍ଚିମ ଓଡିଶାର ସବୁଠାରୁ ବଡ ପର୍ବ ।
ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି ଗୋଟିଏ ଭାବ ଓ ମନର ପର୍ବ ନୂଆଖାଇ । ଏବେ ଚାରିଆଡେ ନୂଆଖାଇର ମହକ । ଅକ୍ଷୟ ତୃତୀୟାରୁ ଚାଷୀ ଅନୁକୂଳ କରେ ଚାଷ । ତାପରେ ରୂଆ ବେଉଷଣ । ଆଉ ଏବେ କ୍ଷେତରେ ଆସିଛି ପହିଲି ଫସଲ ସରିଆ ଧାନ । ପ୍ରଥମ ଫସଲକୁ ଦେଖି ବେଶ ଖୁସି ଚାଷୀ ।
ଆଉ ଦିନ କେଇଟା ପରେ ଦେବାଦେବୀଙ୍କ ପାଖରେ ଭୋଗ ଲାଗିବ ପହିଲି ଫସଲ । ସବୁ ବର୍ଷ ପରି ଏଥର ମଧ୍ୟ ଆରମ୍ଭ ହୋଇଛି ପ୍ରସ୍ତୁତି । ନୂଆଖାଇର ନଅଟି ରଙ୍ଗକୁ ରଙ୍ଗୀନ କରିବା ପାଇଁ ମସଗୁଲ୍ କଳାହାଣ୍ଡି । ଏନେଇ ନୂଆଲୁଗା,ନୂଆ ବାସନ ସହ ଅନ୍ୟାନ୍ନ ଘରକରଣା ପାଇଁ ବଜାର ବି ସରିଛି । କାରଣ ନୂଆଖାଇରେ ସବୁ ନୂଆ ସାମଗ୍ରୀ ବ୍ୟବହାର ହୋଇଥାଏ । ବ୍ୟବସାୟକୁ ନେଇ ବ୍ୟବସାୟୀ ଖୁସି ଥିବାବେଳେ ଘର ଲିପାପୋଛା ସହ ଅନ୍ୟାନ୍ନ ପ୍ରସ୍ତୁତି ବିଶେଷ ପର୍ଯାୟରେ ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ