ଭାବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପାଳିତ ହେଲା ନୂଆଁଖାଇ ଭେଟଘାଟ। ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ସରିବା ପରେ ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗି ହୋଇଥିଲା । ଏବଂ ଏହାପରେ ଘରେ ଘରେ ପରିବାର ଗହଣରେ ପାଳିତ ହୋଇଥିଲା ଭାଇଚାରାର ପର୍ବ ନୂଆଁଖାଇ ଓ ଜୁହାର ଭେଟ। ନୂଆଁଖାଇର ପର ଦିନ ଭେଟଘାଟ ସହ ଜମି ଥାଏ ଭୋଜି ଭାତର ଆସର । ଏନେଇ ଗାଁଠୁ ସହର, ସବୁଠି ଜମିଛି ଉତ୍ସବର ମାହୋଲ ।
କଳାହାଣ୍ଡି ଜିଲ୍ଲାରେ ପାଳିତ ହେଲା ନୂଆଁଖାଇ ଭେଟଘାଟ - କଳାହାଣ୍ଡି ଜିଲ୍ଲାରେ ପାଳିତ ହେଲା ନୂଆଁଖାଇ ଭେଟଘାଟ
ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ସରିବା ପରେ ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗି ହୋଇଥିଲା । ଏବଂ ଏହାପରେ ଘରେ ଘରେ ପରିବାର ଗହଣରେ ପାଳିତ ହୋଇଥିଲା ଭାଇଚାରାର ପର୍ବ ନୂଆଁଖାଇ ଓ ଜୁହାର ଭେଟ। ଅଧିକ ପଢନ୍ତୁ...
କଳାହାଣ୍ଡି ଜିଲ୍ଲାରେ ପାଳିତ ହେଲା ନୂଆଁଖାଇ ଭେଟଘାଟ
ପିଲାଠୁ ବୁଢ଼ା ସଭିଏଁ ମସଗୁଲ ହୋଇଛନ୍ତି ନାଚଗୀତ ସହ ବିଭିନ୍ନ ଖେଳ କୁଦରେ। ଯିଏ ଯେଉଁଠି ବି ଥାଉନା କାହିଁକି, ନୂଆଁଖାଇରେ ସମସ୍ତ ଗାଁକୁ ଫେରିଛନ୍ତି, ଆଉ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ମସଗୁଲ ହୋଇଛନ୍ତି ନୂଆଁଖାଇ ପର୍ବ ପାଳନରେ। କାରଣ ନୂଆଁଖାଇ ହେଉଛି ଆଦି ସଂସ୍କୃତି ଆଦି ପରମ୍ପରାର ଏକ ମହାନ ନିଦର୍ଶନ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ