ଓଡିଶା

odisha

ନିୟମଗିରି ସୁରକ୍ଷା ସମିତି ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି: ସମିତି ଉପଦେଷ୍ଟା

ନିୟମଗିରି ସୁରକ୍ଷା ଓ ଅଞ୍ଚଳବାସୀଙ୍କ ପାଇଁ ସଂଗ୍ରାମ କରୁଥିବା ସୁରକ୍ଷା ସମିତିର ସଂଗଠନରେ ଫାଟ ସୃଷ୍ଟି କରିବା ଓ ବଦନାମ କରିବା ଉଦ୍ଦେଶ୍ୟରେ କିଛି ଖଳବ୍ୟକ୍ତି ଉଦ୍ୟମ କରୁଛନ୍ତି ବୋଲି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ ଅଭିଯୋଗ । ଅଧିକ ପଢନ୍ତୁ...

By

Published : Aug 28, 2021, 12:05 PM IST

Published : Aug 28, 2021, 12:05 PM IST

ନିୟମଗିରି ସୁରକ୍ଷା ସମିତି ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି: ସମିତି ଉପଦେଷ୍ଟା
ନିୟମଗିରି ସୁରକ୍ଷା ସମିତି ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି: ସମିତି ଉପଦେଷ୍ଟା

ଭବାନୀପାଟଣା: ନିୟମଗିରି ସୁରକ୍ଷା ଓ ଅଞ୍ଚଳବାସୀଙ୍କ ପାଇଁ ସଂଗ୍ରାମ କରୁଥିବା ସୁରକ୍ଷା ସମିତିର ସଂଗଠନରେ ଫାଟ ସୃଷ୍ଟି କରିବା ଓ ବଦନାମ କରିବା ଉଦ୍ଦେଶ୍ୟରେ କିଛି ଖଳବ୍ୟକ୍ତି ଉଦ୍ୟମ କରୁଛନ୍ତି ବୋଲି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ ଅଭିଯୋଗ କରିଛନ୍ତି । ଭବାନୀପାଟଣା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ କହିଛନ୍ତି ।

ନିୟମଗିରି ସୁରକ୍ଷା ସମିତି ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି: ସମିତି ଉପଦେଷ୍ଟା

ସେ କହିଛନ୍ତି ଯେ, ଗତ କୋରୋନା ମହାମାରୀ ସମୟରେ ନିୟମଗିରି ଅଞ୍ଚଳରେ ଡଙ୍ଗରିଆଙ୍କ ସୁରକ୍ଷା ପାଇଁ କିଛି ସହଯୋଗ ଏବଂ ଅଭିଜ୍ଞ ଡାକ୍ତରଙ୍କୁ ନେଇ ନିୟମଗିରିରେ କୋରୋନା ସଚେତନତା ସୃଷ୍ଟି କରାଯାଇଥିଲା । ସେମାନେ ଗୋଷ୍ଠୀ ହୋଇ ବସବାସ କରୁଥିବାରୁ କୋରୋନା ସଂକ୍ରମଣ ହେଲେ ଅସମ୍ଭାଳ ସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ତେବେ ଉକ୍ତ ବିଷୟକୁ କେନ୍ଦ୍ର କରି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପୋଷ୍ଟର ମରାଯାଇଥିଲା । ସଚେତନ ଡଙ୍ଗରିଆ ଯୁବ ପରିଷଦ ନିୟମଗିରି ସୁରକ୍ଷା ସମିତି ନାମରେ ଉକ୍ତ ପୋଷ୍ଟର ମରାଯାଇ ଥିବାବେଳେ ଏଥିରେ କୋରୋନା ଚିକିତ୍ସା ଆଳରେ ଅର୍ଥ ସଂଗ୍ରହ କରାଯାଇଥିବା ଦର୍ଶାଇବା ସହ ସମିତିର ସଦସ୍ୟ ଲେଲିନ କୁମାରଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଅନ୍ୟ ତଥ୍ୟ ଦିଆଯାଇଛି ।

ତେବେ ସଚେତନ ଡଙ୍ଗରିଆ ଯୁବ ପରିଷଦ ବୋଲି ସମିତିର କୌଣସି ଶାଖା ନାହିଁ । ଏହା ଲୋକଙ୍କୁ ବିଭ୍ରାନ୍ତି କରିବା ସହ ନିୟମଗିରି ସୁରକ୍ଷା ସମିତିକୁ ବଦନାମ କରିବା ଓ ସଙ୍ଗଠନକୁ ଭାଙ୍ଗି ଦୁର୍ବଳ କରିବା ଉଦ୍ଦେଶ୍ୟରେ କରାଯାଉଛି ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନିୟମଗିରି ସୁରକ୍ଷା ସମିତି ଉପଦେଷ୍ଟା ଅଭିଯୋଗ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details