ଭବାନୀପାଟଣା: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଭୋଳାବାବାଙ୍କ ଭକ୍ତଙ୍କ ପାଇଁ ଆଜି ଦିନର ମହତ୍ତ୍ବ ଢେର ଅଧିକ । ସବୁ ବର୍ଷ ମହାଦେବଙ୍କୁ ଜଳ ଲାଗି କରିଥାନ୍ତି କାଉଡିଆ । ଦେଲେ ଦୁଇ ବର୍ଷ ହେବେ ଭକ୍ତ ଓ ଭଗବାନ ମଧ୍ୟରେ ପାଚେରୀ ସାଜିଛି ମହାମାରୀ କୋରୋନା । ହଜାର ହଜାର କାଉଡିଆଙ୍କ ମେଳରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଳେଶ୍ବର ମନ୍ଦିର ଭକ୍ତମୟ ହେଉଥିବାବେଳେ ଚଳିତ ବର୍ଷ ଖାଁ ଖାଁ ହୋଇଛି ।
କୋରୋନାକୁ ଦୃଷ୍ଟିରେ କାଉଡିଆଙ୍କ ଯାତ୍ରରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ଭବାନୀପାଟଣା ସହରର ଜଳେଶ୍ବର ମନ୍ଦିର, ଭଣ୍ଡେଶ୍ବର ମନ୍ଦିର ସମେତ ଜିଲ୍ଲାର ଅନେକ ମନ୍ଦିରରେ ଭକ୍ତଙ୍କ ଦେଖାନାହିଁ । କାଁ ଭାଁ ଭକ୍ତ ଆସୁଥିବା ବେଳେ ମନ୍ଦିର ବାହାରେ ନିଜର ପୂଜାର୍ଚ୍ଚନା କରି ଫେରୁଛନ୍ତି । କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶିବାଳୟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।