ଭବାନୀପାଟଣା: ରାଜ୍ୟରେ ପୁଣା କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଲାଣି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛତିଶଗଡ଼ ରାଜ୍ୟକୁ ଲାଗି ରହିଥିବା ୧୦ ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ସହ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଯାହାର ପ୍ରଭାବ କଳାହାଣ୍ଡିରେ ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ ଜିଲ୍ଲାରେ କଡାକଡି ଯାଞ୍ଚ କରାଯାଉଛି । ନିୟମ ପାଳନ କରୁ ନଥିବା ଅମାନିଆଙ୍କୁ ସାବାଡ କରୁଛି ପୋଲିସ ।
ଭବାନୀପାଟଣାରେ ବଳବତ୍ତର ନାଇଟ କର୍ଫ୍ୟୁ, ଅମାନିଆଙ୍କୁ ସାବାଡ କରୁଛି ପୋଲିସ
ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂକ୍ରମଣରୁ ଲୋକଙ୍କୁ ବଞ୍ଚାଇବାକୁ ଭବାନୀପାଟଣା ପ୍ରଶାସନ ପକ୍ଷକୁ ନାଇଟ କର୍ଫ୍ୟୁରେ ଜୋଗଦାର ଚେକିଙ୍ଗ କରିଛି । ଅଧିକ ପଢନ୍ତୁ...
ସଂନ୍ଧ୍ୟା ୬ଟାରୁ ସକାଳ୫ ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିଛି। ସେପଟେ ଭବାନୀପାଟଣା ସହର ସମେତ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟ ଯାହା ଜିଲ୍ଲା ପ୍ରଶାସନ ମୁଣ୍ଡ ବିନ୍ଦାର କାରଣ ପାଲଟିଛି । ଏ ନେଇ ସବୁ କଟକଣାକୁ କଡାକଡି କରାଯାଇଛି । ଅମାନିଆଙ୍କୁ ସାବଡ଼ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଭବାନୀପାଟଣା ସହରରେ ଜୋରଦାର ଚେକିଙ୍ଗ କରାଯାଇଛି । କଡାକଡି ନିୟମ ପାଳନ ହେଉଛି କି ନାହିଁ ଜିଲ୍ଲାପାଳ ଏହାର ତଦାରଖ କରୁଛନ୍ତି । ନାଇଟ କର୍ଫ୍ୟୁ ସମୟରେ ବିନା କାରଣରେ ବାହାରକୁ ବାହାରୁଥିବା ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ କରୁଛନ୍ତି ଖୋଦ ଏସପି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିିଭି ଭାରତ