ଭବାନୀପାଟଣା:ରାଜ୍ୟ ଶକ୍ତି ବିଭାଗ ସଚିବ, କଳାହାଣ୍ଡି ଜିଲ୍ଲାପାଳ ଓ ଏସପି ଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ । କଳାହାଣ୍ଡି ବଡଛତ୍ରଙ୍ଗ ଗ୍ରାମର ଏକ ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ସଂଲଗ୍ନ ଫାଶରେ ପଡି ଜଣଙ୍କର ମୃତ୍ୟୁ ହୋଇଥିରୁ ଏହି ଘଟଣାକୁ ନେଇ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଏନେଇ ନଭେମ୍ବର ୨୦, ୨୦୨୨ରେ ଏକ ନୋଟିସ ଜାରି ହୋଇଥିବାବେଳେ, ଏଥିରେ ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବା ପାଇଁ କମିଶନ ତାଗିଦ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ ମସିହା ଅକ୍ଟୋବର ୨୫ ତାରିଖରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡଛତ୍ରଙ୍ଗ ଗ୍ରାମର ମହେନ୍ଦ୍ର ନାଏକ ଗାଁ ପାଖ ଜଙ୍ଗଲରୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ସଂଲଗ୍ନ ଫାଶରେ ପଡି ମୃତ୍ୟୁ ବରଣ କରିଥିଲେ ମହେନ୍ଦ୍ର । ଏହି ଘଟଣାକୁ ନେଇ ମାନବାଧିକାର ସୁରକ୍ଷା କର୍ମୀ ଦିଲୀପ ଦାସ ଜାତୀୟ ମାନବାଧିକ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଦିଲୀପ ଦାସଙ୍କ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି ଜାତୀୟ ମାନବାଧିକାର କମିଶନ ଏକ ମାମଲା କେଶ ନଂ ୧୧୯୬/୧୮/୬/୨୦୨୨ ପଞ୍ଜିକରଣ କରି ରାଜ୍ୟ ଶକ୍ତି ବିଭାଗ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳ ଏବଂ ଏସପିଙ୍କୁ ଆକ୍ସନ ଟେକନ ରିପୋର୍ଟ ତଲବ କରିଛନ୍ତି ।