ଓଡିଶା

odisha

By

Published : Jun 6, 2020, 6:43 PM IST

ETV Bharat / state

ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

newly-married-woman-dead-body-found-of-hanging
ନବ ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭବାନୀପାଟଣା:ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜୟପାଟଣା ଥାନା ଅନ୍ତର୍ଗତ ଚାନ୍ଦପୁର ଗାଁରେ ଡ଼ମୁ ଝଡ଼ିଆଙ୍କ ଘରୁ ତାଙ୍କ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହକୁ ଜୟପାଟଣା ପୋଲିସ ଉଦ୍ଧାର କରିଛି।

ନବ ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ସୂଚନା ଅନୁଯାୟୀ ଡ଼ମୁଙ୍କ ପରିବାର ଲୋକେ ଘର ତିଆରି ପାଇଁ ସିମେଣ୍ଟ ଆଣିଥିଲେ ଏବଂ ଡ଼ମୁ ରହୁଥିବା ଘରେ ସେ ସବୁକୁ ରଖିବା ପାଇଁ କହିଥିଲେ । ଏହାକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା । ସ୍ତ୍ରୀ ରୀନା ଉତକ୍ଷିପ୍ତ ହୋଇ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଶଶୁର ଘର ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

କଳାହାଣ୍ଡିରୁ ଅଜିତ ସିଂ ଇଟିଭି ଭାରତ

ABOUT THE AUTHOR

...view details