ଓଡିଶା

odisha

ETV Bharat / state

ଯୌତୁକ ଜୁଇରେ ନବବଧୂ, ପୋଲିସର ତନାଘନା ଆରମ୍ଭ

ଯୌତୁକ ଜୁଇରେ ନବବଧୂ । ଏଭଳି ଘଟଣା ଘଟିଛି କଳାହାଣ୍ତି ଜିଲ୍ଲାର ରିଷିଡ଼ା ଗାଁରେ। ପୋଲିସର ତନାଘନା ଆରମ୍ଭ । ଅଧିକ ପଢନ୍ତୁ...

ଯୌତୁକ ଜୁଇରେ ନବବଧୂ,ପୋଲିସର ତନାଘନା ଆରମ୍ଭ
ଯୌତୁକ ଜୁଇରେ ନବବଧୂ,ପୋଲିସର ତନାଘନା ଆରମ୍ଭ

By

Published : Sep 10, 2021, 7:32 AM IST

ଭବାନୀପାଟଣା:ପୁଣି ଯୌତୁକ ଜୁଇରେ ନବବଧୂ । ଏଭଳି ଘଟଣା ଘଟିଛି କଳାହାଣ୍ତି ଜିଲ୍ଲାର ରିଷିଡ଼ା ଗାଁରେ। ଏକ ଲକ୍ଷ ଟଙ୍କା ଯୌତୁକ ପାଇଁ ଶାଶୂଘର ଲୋକେ ଦାବି କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ହେଉଛନ୍ତି ମମତା ଭୁଲିଆ ।

ଯୌତୁକ ଜୁଇରେ ନବବଧୂ,ପୋଲିସର ତନାଘନା ଆରମ୍ଭ

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ପଣ୍ଡାପଦର ଗାଁର ପ୍ରଭାକର ଭୁଲିଆଙ୍କ ଝିଅ ମମତା ଭୁଲିଆ ରିଷିଡ଼ା ଗାଁର ଜଳନ୍ଧର ସୁନାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ହେଲେ ବିବାହର କିଛି ଦିନ ପରେ ଶାଶୁ ଘର ଲୋକ ମମତାଙ୍କୁ ଯୌତୁକ ଜନିତ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏନେଇ ଅନେକ ସମୟରେ ସମାଧାନ ପାଇଁ ବାହାର ଲୋକେ ବି ହସ୍ତକ୍ଷେପ କରୁଥିଲେ । ତେବେ ନିର୍ଯ୍ୟାତନା ଅସହ୍ୟ ହେବାରୁ ମମତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ କେଉଁ ପରିସ୍ଥିତିରେ ମମତା ଆତ୍ମହତ୍ୟା କଲେ ଏବଂ ଆତ୍ମହତ୍ୟା ପଛର କାରଣ କଣ ତାହା ପୋଲିସର ଅନୁସନ୍ଧାନ ପରେ ହିଁ ଜଣାପଡିବ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details