ଭବାନୀପାଟଣା:ପୁଣି ଅଲୋଡା ହେଲା ନବଜାତ ଶିଶୁ । କଳାହାଣ୍ଡି ଜିଲ୍ଲା ଭାବନୀପାଟଣା ସହର ଉପକଣ୍ଠରେ ଥିବା ପିପଲ ନାଳ ନିକଟ ଅଳିଆ ଗଦାରୁ ଏକ ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଭବାନୀପାଟଣା ଟାଉନ ଥାନା ପୋଲିସ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି ।
କଳାହାଣ୍ଡିରୁ ପୁଣି ଉଦ୍ଧାର ହେଲା ନବଜାତ ଶିଶୁର ମୃତଦହେ - କଳାହାଣ୍ଡିରୁ ଶିଶୁର ଗଳିତ ମୃତଦେହ ଉଦ୍ଧାର
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟରୁ ଏକ ଶିଶୁର ଗଳିତ ମୃତଦେହ ଉଦ୍ଧାର ହୋଇଛି । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...
କଳାହାଣ୍ଡିରୁ ପୁଣି ଉଦ୍ଧାର ହେଲା ନବଜାତ ଶିଶୁର ମୃତଦହେ
ସୂଚନା ଅନୁଯାୟୀ ଭବାନୀପାଟଣା ନିକଟରେ ଏକ ନବଜାତ ଶିଶୁର ଗଳିତ ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଶିଶୁକୁ ଉଦ୍ଧାର କରିଛି । ତେବେ ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁ ଥିବାବେଳେ ଏଭଳି ଘଟଣା ସମାଜ ଉପରେ ପ୍ରଭାବ ପକାଉଥିବା ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ