ଭବାନୀପାଟଣା: ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ନବୀନ। ଆଜି ଦ୍ବିତୀୟ ଦିନରେ ପ୍ରସିଦ୍ଧ ମାଁ ମାଣିକେଶ୍ବରୀଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ନିର୍ବାଚନୀ ପ୍ରଚାରରେ ବାହାରିଛନ୍ତି ବିଜେଡି ସୁପ୍ରିମୋ ।
ଏହି ଅବସରରେ ନବୀନ କହିଛନ୍ତି, ମୁଁ ମା ମାଣିକେଶ୍ବରୀଙ୍କ ଦର୍ଶନ କରିବାକୁ ଆସିଥିଲି। ନିର୍ବାଚନୀ ପ୍ରଚାର ସମୟରେ ଲୋକଙ୍କ ଉତ୍ତମ ପ୍ରତିକ୍ରିୟା ମିଳୁଛି। କଳାହାଣ୍ଡିବାସୀଙ୍କୁ ସେ ସ୍ବତନ୍ତ୍ର ଗୁରୁତ୍ବ ଦେବେ।