ଓଡିଶା

odisha

ETV Bharat / state

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ପ୍ରେସ ଦିବସ ପାଳିତ - ଜାତୀୟ ପ୍ରେସ ଦିବସ

କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଅଗ୍ରସେନ ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ।ଅଧିକ ପଢନ୍ତୁ

National press day celebrated in different area of kalahandi
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ପ୍ରେସ ଦିବସ ପାଳିତ

By

Published : Nov 17, 2021, 9:50 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ପ୍ରେସ ଦିବସ ପାଳିତ। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ରୁପ୍ରାରୋଡ଼ ଅଗ୍ରସେନ ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି ।

ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ରାହସ ବିହାରୀ ବେହେରା ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ ଓୟୁଜେ ରାଜ୍ୟ ସମ୍ପାଦକ ଇଙ୍ଗିତ ପଣ୍ଡା ଯୋଗ ଦେଇଥିଲେ।

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ପ୍ରେସ ଦିବସ ପାଳିତ

ଅନୁଷ୍ଠିତ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମ ରେ ସରକାର ସାମ୍ବାଦିକ ମାନଙ୍କ ଚିହ୍ନଟ ଓ ସୁରକ୍ଷା କୁ ନେଇ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଆଦି ଦାବିରେ ଆଲୋଚନା କରିଥିଲେ ଉପସ୍ଥିତ ଅତିଥି।ସେହି ପରି ଜିଲ୍ଲା ୱେବ ମିଡିଆ ସଙ୍ଘ ପକ୍ଷରୁ କୁଟୁରୁଖମର ଟାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ।

ଜିଲ୍ଲା ସଭାପତି ଆଦିତ୍ୟ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଅଧିକାରୀ ଶିତିକଣ୍ଠ ପଧାନ ଯୋଗ ଦେଇ ଆଜିକା ଡିଜିଟାଲ ଯୁଗରେ ୱେବ ମିଡିଆ ସାଧାରଣ ଲୋକଙ୍କ ମନ ପସନ୍ଦ ହୋଇ ପାରିଥିବା ପ୍ରକାଶ କରିଥିଲେ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details