ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ବାଦ ସଂଗ୍ରହ ବେଳେ କୋରୋନା ଭାଇରସ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ସାମ୍ବାଦିକଙ୍କ ପାଇଁ କିଛି ସମୟ ନୀରବ ପ୍ରାର୍ଥନା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଥିଲା ।
ଏହି ଅବସରରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଆଲୋଚନା ହୋଇଥିଲା । ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଉପସ୍ଥିତ ବରିଷ୍ଠ ସାମ୍ବାଦିକ ଓ ସମ୍ମାନୀତ ଅତିଥି ଦାବି କରିଥିଲେ । କାର୍ଯ୍ୟକ୍ରମରେ ଇଟିଭି ଭାରତ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଅଜିତ କୁମାର ସିଂଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବରେ ସମ୍ମାନୀତ କରାଯାଇଥିବା ବେଳେ ୭ ଜଣ ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା ।