ଓଡିଶା

odisha

By ETV Bharat Odisha Team

Published : Sep 24, 2023, 2:20 PM IST

ETV Bharat / state

ମାଆ ମାଣିକେଶ୍ୱରୀଙ୍କୁ ନବାନ୍ନ ଲାଗି

ଆଜି କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳରେ ପାଳନ କରାଯାଉଛି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କଠାରେ ନବାନ୍ନ ଲାଗି ହେବା ପରେ ଆରମ୍ଭ ହୋଇଯାଇଛି ନୂଆଁଖାଇ ପର୍ବ । ଅଧିକ ପଢ଼ନ୍ତୁ

ମାଆ ମାଣିକେଶ୍ୱରୀଙ୍କୁ ନବାନ୍ନ ଲାଗି
ମାଆ ମାଣିକେଶ୍ୱରୀଙ୍କୁ ନବାନ୍ନ ଲାଗି

ମାଆ ମାଣିକେଶ୍ୱରୀଙ୍କୁ ନବାନ୍ନ ଲାଗି

ଭବାନିପାଟଣା:ଆଜି କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳରେ ପାଳନ କରାଯାଉଛି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ଆରମ୍ଭ ହୋଇଯାଇଛି ନୂଆଁଖାଇ ପର୍ବ ।

ଏହା ମଧ୍ୟ ପଢନ୍ତୁ..ସରିଲା ନୂଆଖାଇ, ଭେଟଘାଟ ତିହାରରେ ଦୁଲୁକୁଛି ବୌଦ୍ଧ

କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇକୁ ନେଇ ରହିଛି ସ୍ୱତନ୍ତ୍ର ପରମ୍ପରା । ପଶ୍ଚିମ ଓଡ଼ିଶାର ସମସ୍ତ ଅଞ୍ଚଳରେ ପଞ୍ଚମୀ ତିଥିରେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ ହେଉଥିବା ବେଳେ ଏଠାରେ କିନ୍ତୁ ଭିନ୍ନ ପରମ୍ପରା ଦେଖିବାକୁ ମିଳେ । ଏଠାରେ ପର୍ଯ୍ୟାୟକ୍ରମେ ପାଳନ ହୋଇଥାଏ ନୂଆଁଖାଇ । ପ୍ରତିପଦଠାରୁ ଆରମ୍ଭ କରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ ନୂଆଁଖାଇ ପର୍ବ ପାଳନ । ଏହି କ୍ରମରେ ଆଜି ଅର୍ଥାତ ଶୁକ୍ଳପକ୍ଷ ଦଶମୀ ତିଥିରେ ମଧ୍ୟ କଳାହାଣ୍ଡି ଗଡଜାତ ଅଞ୍ଚଳରେ ପାଳନ ହୋଇଛି ଭାଇଚାରାର ପର୍ବ ନୂଆଁଖାଇ । କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଓ ମା’ଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ଆଜି ପାଳିତ ହେଉଛି ଏହି ଗଣପର୍ବ । ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇ ଆରମ୍ଭ ହୋଇଥାଏ ନୂଆଁଖାଇ ପାଳନ ।

ଏହା ମଧ୍ୟ ପଢନ୍ତୁ..ଏକତାର ପର୍ବ ନୂଆଖାଇ ଜୁହାର ଭେଟ, ନବାନ୍ନ ଖାଇରେ ବିଧାୟକଙ୍କ ପରିବାରର ଶତାଧିକ ସଦସ୍ୟ

ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଶୁକ୍ଳପକ୍ଷ ଦଶମୀ ତିଥି ୮ ଘଣ୍ଟା ୫୦ ମିନିଟରେ ବିଧି ବିଧାନ ଅନୁଯାୟୀ ମା' ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି । ବିଧି ବିଧାନ ଅନୁଯାୟୀ ମା’ଙ୍କ ନିକଟରେ ନବାନ୍ନ ଲାଗିପରେ ସକାଳ ୯ଟାରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଦ୍ୱାର ଖୋଲା ହୋଇଥିଲା । ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ନୂଆଖାଇ ଅବସରରେ ମାଆଙ୍କୁ ଦର୍ଶନ କରି ଆଶିଷ ଲାଭ କରିବାକୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ମନ୍ଦିରରୁ ଭୋଗ ନେଇ ଘରେଘରେ ନିଜ ପରିବାର ଗହଣରେ ନୂଆଁଖାଇ ପାଲୁଛନ୍ତି ସମଗ୍ର ଗଡ଼ଜାତ ଅଞ୍ଚଳବାସୀ । ଖିରି ପୁରୀ ପିଠାପଣାରେ ଏବେ ମହକି ଉଠୁଛି ଗାଁଠୁ ସହର ।

ନୂଆ ଖାଇବା ପରେ ଜୁହାର ଭେଟ ହୋଇଥାଏ । ଜୁହାର ଭେଟଘାଟରେ ବଡ଼ ମାନଙ୍କଠାରୁ ସାନ ମାନେ ଆର୍ଶୀବାଦ ଲାଭ କରିଥାନ୍ତି । ଜୁହାର ଭେଟ ସହ ନାଚଗୀତରେ ମସଗୁଲ ହେବେ ଗଡ଼ଜାତ ଅଞ୍ଚଳବାସୀ । ମଧ୍ୟାହ୍ନ ୧ ଘଣ୍ଟା ୧୦ ମିନିଟରୁ ୩ ଘଟିକା ମଧ୍ୟରେ ନୂଆଖାଇ ପାଳିବେ ସର୍ବସାଧାରଣ ।

ଇଟିଭି ଭାରତ, ଭବାନିପାଟଣା

ABOUT THE AUTHOR

...view details