ଓଡିଶା

odisha

ETV Bharat / state

ଶ୍ରମିକଙ୍କ ମୃତଦେହ ଉଦ୍ଧାର ଘଟଣା: ପୋଲିସର କାର୍ଯ୍ୟାନୁଷ୍ଠାନ ବିଳମ୍ବ ନେଇ ରାସ୍ତା ଅବରୋଧ - indian gas factory labour murder for strike in junagada

ଗତ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରରେ ଥିବା ଇଣ୍ଡିଆନ ଗ୍ୟାସ ଗୋଦାମ ନିକଟରୁ ଶ୍ରମିକ ଭୂବନେ ବୋଡକିଆଙ୍କ ସନ୍ଦେହଜନକ ମୃତଦେହ ମିଳିବା ପୋଲିସ ମୃତ୍ୟୁ ପଛର କାରଣ ଉନ୍ମୋଚନ କରିପାରିନଥିବାରୁ ବୁଧବାର ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Oct 23, 2019, 2:47 PM IST

କଳାହାଣ୍ଡି: ମୃତଦେହ ରଖି ରାସ୍ତା ଅବରୋଧ । ଗତ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରରେ ଥିବା ଇଣ୍ଡିଆନ ଗ୍ୟାସ ଗୋଦାମ ନିକଟରୁ ଶ୍ରମିକ ଭୂବନେ ବୋଡକିଆଙ୍କ ସନ୍ଦେହଜନକ ମୃତଦେହ ମିଳିଥିଲା । ପୋଲିସ ମୃତ୍ୟୁ ପଛର କାରଣ ଉନ୍ମୋଚନ କରିପାରିନଥିବାରୁ ବୁଧବାର ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ ।

ସୂଚନା ଅନୁଯାୟୀ, ଭୂବନେ ଜୁନାଗଡ ଥାନା କାଙ୍କେରୀମାଲ ଗ୍ରାମର ବୋଲି ଜଣାପଡିଥିବାବେଳେ ସେ ଜୁନାଗଡସ୍ଥିତ ତାଙ୍କ ଭଉଣୀ ଘରେ ରହି ଗ୍ୟାସ ଗୋଦାମରେ ଶ୍ରମିକ ଭାବେ କାମ କରି ଆସୁଥିଲେ । ତେବେ ଗତ ମଙ୍ଗଳବାର ଭୂବନେଙ୍କ ମୃତଦେହ ଠାବ ପରେ ତାଙ୍କ ଭଉଣୀ ଜୁନାଗଡ ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ତେବେ 24 ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟା ପଛର ରହସ୍ୟ ଉନ୍ମୋଚନର କୌଣସି ଟେର ପାଇନଥିବାରୁ ଅଞ୍ଚଳବାସୀ ପ୍ରତିବାଦ କରି ହାତୀ ନଦୀପୋଲ ଉପରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏନଏଚ-୨୬ କୁ ଅବରୋଧ କରିଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details