ଓଡିଶା

odisha

By

Published : Mar 23, 2022, 10:20 PM IST

ETV Bharat / state

Municipal Poll: ନିର୍ବାଚନ ପାଇଁ ପ୍ରସ୍ତୁତ କଳାହାଣ୍ଡି ପ୍ରଶାସନ

ରାତି ପାହିଲେ ପାଳିତ ହେବ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ନିର୍ବାଚନକୁ ନେଇ ପ୍ରସ୍ତୁତ ରହିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ। ଅଧିକ ପଢନ୍ତୁ

Municipal Poll: ନିର୍ବାଚନ ପାଇଁ ପ୍ରସ୍ତୁତ କଳାହାଣ୍ଡି ପ୍ରଶାସନ
Municipal Poll: ନିର୍ବାଚନ ପାଇଁ ପ୍ରସ୍ତୁତ କଳାହାଣ୍ଡି ପ୍ରଶାସନ

ଭବାନୀପାଟଣା : ରାତି ପାହିଲେ ପାଳିତ ହେବ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ପୌର ନିର୍ବାଚନକୁ ନେଇ ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ନେତା ଓ ପ୍ରାର୍ଥୀଙ୍କ ମନରେ ବେଶ ଉତ୍କଣ୍ଠା। ଗ୍ରାମାଞ୍ଚଳ ନିର୍ବାଚନ ପରେ ସହରାଞ୍ଚଳରେ ହେବ ନିର୍ବାଚନ ।

Municipal Poll: ନିର୍ବାଚନ ପାଇଁ ପ୍ରସ୍ତୁତ କଳାହାଣ୍ଡି ପ୍ରଶାସନ

ଭୋଟ ଦେଇ ନିଜ ଜନ ପ୍ରତିନିଧି ବାଛିବେ ମତଦାତା। ଆଉ ନିର୍ବାଚନକୁ ନେଇ ପ୍ରସ୍ତୁତ ରହିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ। ଜିଲ୍ଲାର ୩ ଟି ଏନଏସି ଓ ଗୋଟିଏ ପୌର ପରିଷଦରେ ହେବ ନିର୍ବାଚନ। ଭବାନୀପାଟଣା ପୌର ପରିଷଦରେ ୫୮ ଟି ବୁଥରେ ୫୭ ହଜାର ୭୧୧ ଭୋଟର ଦେବେ ଭୋଟ। ସେହିଭଳି କେସିଙ୍ଗା ଏନଏସିରେ ୧୭ଟି ବୁଥରେ ୧୪ ହଜାର ୨୦୫ ଜଣ ଭୋଟର ଭୋଟ ଦେବାକୁ ଥିବା ବେଳେ ଜୁନାଗଡ଼ ଏନଏସିରେ ୧୮ ଟି ବୁଥରେ ୧୪ ହଜାର ୭୪୩ ଜଣ ଭୋଟରେ ନିଜର ମତ ସାବ୍ୟସ୍ତ କରିବେ।

ସେହିଭଳି ଧର୍ମଗଡ଼ ଏନଏସି ପାଇଁ ୧୪ ଟି ବୁଥ ମାଧ୍ୟମରେ ୧୨ ହଜାର ୫୫୧ ଜଣ ଭୋଟର ଦେବେ ଭୋଟ। ନିର୍ବାଚନ ପରିଚାଳନା ପାଇଁ ୬୦୩ ଜଣ ପୋଲିଂ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୧୨ ଟି ମୋବାଇଲ ପାଟ୍ରୋଲିଂ ଟିମକୁ ନିଯୁକ୍ତି କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details