ଓଡିଶା

odisha

ETV Bharat / state

Municipal Election: କଳାହାଣ୍ଡିରେ ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ନିର୍ବାଚନ - ପୌର ନିର୍ବାଚନ ଖବର

ସରିଲା ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ। ପୌର ନିର୍ବାଚନକୁ ନେଇ ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ନେତା ଓ ପ୍ରାର୍ଥୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ଭୋଟ ଦେଇ ନିଜ ଜନ ପ୍ରତିନିଧି ବାଞ୍ଚିଛନ୍ତି ମତଦାତା । କଳାହାଣ୍ଡି ଜିଲ୍ଲାର ୩ ଟି ଏନଏସି ଓ ଗୋଟିଏ ପୌର ପରିଷଦରେ ଅନୁଷ୍ଠିତ ହୋଇଥିଲା ନିର୍ବାଚନ । ଅଧିକ ପଢନ୍ତୁ

କଳାହାଣ୍ଡିରେ ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ନିର୍ବାଚନ
କଳାହାଣ୍ଡିରେ ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ନିର୍ବାଚନ

By

Published : Mar 24, 2022, 9:07 PM IST

ଭବନୀପାଟଣା: ସରିଲା ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ପୌର ନିର୍ବାଚନକୁ ନେଇ ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ନେତା ଓ ପ୍ରାର୍ଥୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ଭୋଟ ଦେଇ ନିଜ ଜନ ପ୍ରତିନିଧି ବାଞ୍ଚିଛନ୍ତି ମତଦାତା । କଳାହାଣ୍ଡି ଜିଲ୍ଲାର ୩ ଟି ଏନଏସି ଓ ଗୋଟିଏ ପୌର ପରିଷଦରେ ଅନୁଷ୍ଠିତ ହୋଇଥିଲା ନିର୍ବାଚନ ।

କଳାହାଣ୍ଡିରେ ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ନିର୍ବାଚନ

ଭବାନୀପାଟଣା ପୌର ପରିଷଦରେ ୫୮ ଟି ବୁଥ ମାଧ୍ୟମରେ ୫୭ ହଜାର ୭୧୧ ଜଣ ଭୋଟର ନିଜର ଭୋଟ ଦେଇଥିବା ବେଳେ କେସିଙ୍ଗା ଏନଏସିରେ ୧୭ ଟି ବୁଥରେ ୧୪ ହଜାର ୨୦୫ ଜଣ ଭୋଟର ଦେଇଛନ୍ତି ଭୋଟ। ସେହିଭଳି ଜୁନାଗଡ ଏନଏସିରେ ୧୮ ଟି ବୁଥ ମାଧ୍ୟମରେ ୧୪ ହଜାର ୭୪୩ ଜଣ ଭୋଟର ନିଜର ମର ସାବ୍ୟସ୍ତ କରିଥିବା ବେଳେ ଧର୍ମଗଡ ଏନଏସିରେ ମଧ୍ୟ ୧୪ ଟି ବୁଥରେ ୧୨ ହଜାର ୫୫୧ ଜଣ ଭୋଟର ଦେଇଛନ୍ତି ଭୋଟ। ନିର୍ବାଚନ ପରିଚାଳନା ପାଇଁ ୬୦୩ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିଲା।

ଏହାସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବେଶ କଡାକଡି କରାଯାଇଥିବାବେଳେ ସକାଳ ୮ ଠାରୁ ଆରମ୍ଭ ହୋଇଥିବା ନିର୍ବାଚନ ସନ୍ଧ୍ୟା ୫ ଟାରେ ସରିବା ପରେ ସମସ୍ତ ପୋଲିଂ ଏଜେଣ୍ଟ ଓ ପୋଲିଂ ଅଧିକାରୀଙ୍କ ଉପସ୍ଥିତିରେ ଇଭିଏମକୁ ସିଲ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ର ପୌର ନିର୍ବାଚନ ଶେଷ ହୋଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details