ଓଡିଶା

odisha

ETV Bharat / state

ରଙ୍ଗ ବେରଙ୍ଗର ଲାଇଟ ସାମ୍ନାରେ ହଜି ଯାଉଛି ମାଟି ଦୀପ, ଚିନ୍ତାରେ କାରିଗର - କଳାହାଣ୍ଡିରେ ଦୀପ ବ୍ୟବସାୟ ମାନ୍ଦା

ସୋମବାର ଅନ୍ଧାର ଉପରେ ଆଲୋକର ବିଜୟ ପର୍ବ ଦୀପାବଳି । ଆଧୁନିକତାର ଚାକଚକ୍ୟରେ ହଜି ଯାଉଛି ମାଟି ଦୀପ ଓ ତା'ର ଚାହିଦା। ଯାହାକୁ ନେଇ ଚିନ୍ତାରେ କଳାହାଣ୍ଡିର ମାଟି ବ୍ୟବସାୟୀ। ଅଧିକ ପଢନ୍ତୁ

ରଙ୍ଗ ବେରଙ୍ଗର ଲାଇଟ ସାମ୍ନାରେ ହଜି ଯାଉଛି ମାଟି ଦୀପ
ରଙ୍ଗ ବେରଙ୍ଗର ଲାଇଟ ସାମ୍ନାରେ ହଜି ଯାଉଛି ମାଟି ଦୀପ

By

Published : Oct 23, 2022, 10:10 PM IST

ଭବାନୀପାଟଣା: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ ଏହି ପର୍ବ । ଘରେ ମାଟିଦୀପ ଲଗାଇ ଏହିଦିନ ଅନ୍ଧାରକୁ ଦୂର କରାଯାଇଥାଏ । ଗତ ଦୁଇବର୍ଷ ହେଲା କୋରୋନା କରିଗରଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଚଳିତ ବର୍ଷ ବିନା କଟକଣାରେ ଦୀପାବଳି ପାଳିବେ ରାଜ୍ୟବାସୀ । କିନ୍ତୁ ଏଇ ମାଟି ଦୀପ ତିଆରି କରୁଥିବା କୁମ୍ଭାରଙ୍କ ଘର ଓ ତାଙ୍କ ଜୀବନର ଅନ୍ଧକାରକୁ ଦୂର କରିବାକୁ କେହି କେବେ ମଧ୍ୟ ଚିନ୍ତା କରନ୍ତି ନାହିଁ । ଏବେ ଆଧୁନିକତାର ଚାକଚକ୍ୟରେ ହଜି ଯାଉଛି ମାଟି ଦୀପ ଓ ତା'ର ଚାହିଦା। ଯାହାକୁ ନେଇ ଚିନ୍ତାରେ କଳାହାଣ୍ଡିର ମାଟି ବ୍ୟବସାୟୀ।

ରଙ୍ଗ ବେରଙ୍ଗର ଲାଇଟ ସାମ୍ନାରେ ହଜି ଯାଉଛି ମାଟି ଦୀପ, ଚିନ୍ତାରେ କାରିଗର

ଏହା ମଧ୍ୟ ପଢନ୍ତୁ: ସୂର୍ଯ୍ୟପରାଗ: ମା' ଶାରଳା ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ

ବିଶେଷ କରି ସହରରେ ବସବାସ କରୁଥିବା ଲୋକେ ଏବେ ମାଟି ଦୀପରୁ ମୁହଁ ଫେରାଇ ନେଇ ଚାଇନା ଲାଇଟ ଆଡକୁ ମୁହାଁଉଛନ୍ତି । ଫଳରେ କୁମ୍ଭକାର ପରିବାର ବେଉସା ହରାଉଛନ୍ତି । କଳାହାଣ୍ଡି କୋକସରା ଅଞ୍ଚଳର ମାଟିଦୀପ କାରିଗର ଦୀପାବଳୀ ପାଇଁ ତିଆରି କରୁଛନ୍ତି ଭଳି କି ଭଳି ପ୍ରକାରର ମାଟିଦୀପ । କିନ୍ତୁ ଏ ଦୀପ ବିକ୍ରି ହେବକି ନାହିଁ ତାହାକୁ ନେଇ ଚିନ୍ତାରେ କାରିଗର । ଗୋଟିଏ ପଟେ ଚାଇନା ଲାଇଟର ଚାହିଦା ଅନ୍ୟପଟେ ଏହି ମାଟି କାରିଗରର ପୁରା ପରିବାର ଲାଗି ପଡିଲେ ମଧ୍ୟ ନିଜର ଉଚିତ ମୂଲ୍ୟ ପାଉନାହାଁନ୍ତି ।

ଏନେଇ ଦୀପ କାରିଗର କହିଛନ୍ତି,"ଦୀପାବଳି ପାଇଁ ଆମେ ମାଟି ଦୀପ ତିଆରି କରୁଛୁ । କିନ୍ତୁ ତାହା ବିକ୍ରି ହୋଇପାରୁନାହିଁ। ଫଳରେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ରହିଛୁ। ସରକାର ମଧ୍ୟ ଆମର କଥା ବୁଝୁନାହାନ୍ତି । ଲୋକମାନେ ଆଉ ଦୀପ କିଣୁନାହାନ୍ତି । ମାଟି ଦୀପରୁ ମୁହଁ ଫେରାଇ ନେଇ ଲୋକମାନେ ଚାଇନା ଲାଇଟ ଆଡକୁ ମୁହାଁଉଛନ୍ତି।"

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details