ଭବାନୀପାଟଣା: ପାରମ୍ପରିକ ନାଚଗୀତ ସହିତ ଆଦିବାସୀ ଆଦିଷ୍କନ୍ଧଙ୍କ ମହାମେଳି । ଏକଜୁଟ ହୋଇଛନ୍ତି ଜିଲ୍ଲା ତଥା ଜିଲ୍ଲା ବାହାରର ଶହ ଶହ ଆଦିଷ୍କନ୍ଧ । ଆଦିଷ୍କନ୍ଧ ମାନଙ୍କ ଶିକ୍ଷାକ୍ଷେତ୍ରରେ ବିକାଶ, ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବା ସହ ଆଗାମୀ ଦିନରେ ଆଦିଷ୍କନ୍ଧଙ୍କ ବିଭିନ୍ନ ଦାବି ସଂସଦରେ ପହଞ୍ଚାଇବା ପାଇଁ ମଙ୍ଗଳବାର ଏକତ୍ରିତ ହୋଇଛନ୍ତି ଆଦିଷ୍କନ୍ଧ । ତେବେ ଏଥିରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମଧ୍ୟ ଯୋଗଦେଇଥିଲେ ।
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହଲିଙ୍ଗ ଠାରେ ଜିଲ୍ଲା ତଥା ଜିଲ୍ଲା ବାହାରର ଆଦିବାସୀଙ୍କ ସମାବେଶ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିଲେ । ରାଜ୍ୟରେ ଥିବା ୬୨ ପ୍ରକାର ଆଦିବାସୀଙ୍କ ସମସ୍ୟା ଉପରେ କେନ୍ଦ୍ର ସରକାର ଦୃଷ୍ଟି ଦେଉ ନଥିବା ବେଳେ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ତଥା ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ ଜୀବିକା, କଳା ସଂସ୍କୃତି ଏପରିକି ଜଙ୍ଗଲ ଜମି ଅଧିକାର ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଉନଥିବା ବାରମ୍ବାର ଅଭିଯୋଗ ହେଉଛି ।