ଓଡିଶା

odisha

ETV Bharat / state

ସାପ କାମୁଡାରେ ଚାଲିଗଲା ମାଆ ପୁଅଙ୍କ ଜୀବନ - Mother and son killed in snake bite

କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ସୋରଗୁଡାରେ ଅଭାବନୀୟ ଘଟଣା । ସାପ କାମୁଡାରେ ମାଆ ପୁଅଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ସାପ କାମୁଡାରେ ଚାଲିଗଲା ମାଆ ପୁଅଙ୍କ ଜୀବନ
ସାପ କାମୁଡାରେ ଚାଲିଗଲା ମାଆ ପୁଅଙ୍କ ଜୀବନ

By

Published : Jul 24, 2020, 2:00 PM IST

ଭବାନୀପାଟଣା: ସାପ ଉଜାଡି ଦେଲା ସୁନାର ସଂସାର । ଶୋଇଥିବା ଅବସ୍ଥାରେ ମାଆ ପୁଅକୁ କାମୁଡିଲା ବିଷାକ୍ତ ସର୍ପ । କିଛି ଜାଣିବା ଓ ବୁଝିବା ପୂର୍ବରୁ 2 ନିରୀହ ଜୀବନ ଚାଲି ଯାଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ସୋରଗୁଡାରେ । ମୃତକ ହେଲେ ଲେଲା ଓ ତାଙ୍କ 7 ବର୍ଷର ପୁଅ ଦୀପକ ।

ସାପ କାମୁଡାରେ ମାଆ ପୁଅ ମୃତ

ରାତିରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ଉଭୟ ମା ଓ ପୁଅକୁ କାମୁଡିବା ଫଳରେ ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଉଭୟ ମା ଓ ପୁଅ ମୃତ୍ୟୁ ହୋଇଛି । ସ୍ୱାମୀ ଗଦନ ମାଝୀ ମୃତ ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛି ।

ସେପଟେ, ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details