କଳାହାଣ୍ଡି: ନିଜ ସ୍ବାମୀଙ୍କ ଚିକିତ୍ସା ପାଇଁ ଅନେକ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ମହିଳା । ଏହି ଘଟଣାରେ ଠକାମିର ଶିକାର ହୋଇଥିବା ମହିଳା ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଚିକିତ୍ସା ନାଁରେ ଲକ୍ଷାଧିକ ଟଙ୍କା ଚଳୁ - କଳାହାଣ୍ଡି
ସ୍ବାମୀଙ୍କ ଚିକିତ୍ସା ପାଇଁ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ମହିଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ସୂଚନାଯୋଗ୍ୟ, ବାହାଦୁର ବଗିଚାପଡାରେ ରହୁଥିବା ରଣଜିତ କୌର ପଡୋଶୀମାନଙ୍କ ସହ ମିଶି ଟଙ୍କା କାରବାର କରୁଥିଲେ । ପରସ୍ପରର ଅସୁବିଧାରେ ଏହି ଟଙ୍କା ବ୍ୟବହୃତ ହେଉଥିଲା । ଏପରିକି ଲୋକଙ୍କର ଲକ୍ଷାଧିକ ଟଙ୍କା ସେ ନିଜ ପାଖରେ ଜମା ମଧ୍ୟ ରଖୁଥିଲେ । ଆବଶ୍ୟକ ହେବାରୁ ଲୋକେ ତାଙ୍କୁ ଟଙ୍କା ମାଗିଥିଲେ । ଲୋକେ ଟଙ୍କା ମାଗିବା ପରେ ମହିଳା ଜଣକ ରାତାରାତି ଫେରାର ହୋଇ ଯାଇଥିଲେ । ଫେରାର ହୋଇଥିବା ମହିଳା ଜଣକ ପଞ୍ଜ।ବ ଚାଲିଯାଇଥିବା ଅଭିଯୋଗକାରୀ ପ୍ରକାଶ କରିଛନ୍ତି । ଏନେଇ ଟାଉନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ
Last Updated : Jun 19, 2019, 6:20 PM IST