ଓଡିଶା

odisha

By

Published : Mar 15, 2023, 12:12 PM IST

Updated : Mar 15, 2023, 1:14 PM IST

ETV Bharat / state

ମହାପ୍ରଭୁଙ୍କୁ ବି ଛାଡିଲେନି ଚୋର, ହୁଣ୍ଡି ଭାଙ୍ଗି ଲୁଟିନେଲେ ସୁନା ଅଳଙ୍କାର

କଳାହାଣ୍ଡିରେ ମାତିଲେ ଲୁଟେରା । ରାତି ଅଧରେ ଜଗନ୍ନାଥ ମନ୍ଦିରରେ ବୁଲାଇଲେ କଳାକନା । ଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

କଳାହାଣ୍ଡି ଜଗନ୍ନାଥ ମନ୍ଦିରରୁ ଚୋରି
କଳାହାଣ୍ଡି ଜଗନ୍ନାଥ ମନ୍ଦିରରୁ ଚୋରି

କଳାହାଣ୍ଡି ଜଗନ୍ନାଥ ମନ୍ଦିରରୁ ଚୋରି

ଭାବନୀପାଟଣା: ଶେଷରେ ଜଗନ୍ନାଥଙ୍କ ମନ୍ଦିରକୁ ମଧ୍ୟ ଛାଡ଼ିଲେନି ଚୋର । ଜଗନ୍ନାଥ ଓଡିଶାବାସୀଙ୍କ ଆରାଧ୍ୟ ଦେବତା ହୋଇଥିବା ବେଳେ ଏବେ ଜଗନ୍ନାଥଙ୍କ ଉପରେ ପଡିଛି ଦୁର୍ବୃତ୍ତଙ୍କ ନଜର । ସୋମବାର ବିଳମ୍ବିତ ରାତି ଅଧରେ ମନ୍ଦିର ଗର୍ଭଗୃହ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କଲମପୁର ସହର ମଧ୍ୟରେ ଥିବା ନିର୍ମାଲ୍ୟ କ୍ଷେତ୍ର ଜଗନ୍ନାଥ ମନ୍ଦିରରେ କିଛି ଦୁର୍ବୃତ୍ତ ପଶି ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗିବା ସହ ଗର୍ଭଗୃହ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏହାସହ ମନ୍ଦିରର ଦାନବାକ୍ସ ଭାଙ୍ଗି ମଧ୍ୟ ଟଙ୍କା ଲୁଟ କରି ନେଇଛନ୍ତି ଲୁଟେରା । ତେବେ ଗତକାଲି(ମଙ୍ଗଳବାର) ସକାଳେ ମନ୍ଦିର ପୂଜକ ପୂଜା କରିବା ପାଇଁ ଯାଇଥିବା ବେଳେ ଗର୍ଭଗୃହର କବାଟ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ମନ୍ଦିର ପରିଚାଳନା କମିଟିକୁ ଖବର ଦେଇଥିଲେ । ମନ୍ଦିର ପରିଚାଳନା କମିଟି ପହଞ୍ଚି ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସାଇଣ୍ଟିଫିକ ଟିମକୁ ସୂଚନା ଦେଇଥିଲେ । ପରେ ମନ୍ଦିରରେ ସାଇଣ୍ଟିଫିକ ଟିମ ଓ ସନ୍ଧାନି କୁକୁର ସାହାଯ୍ୟରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ତେବେ ଗତ ଦୁଇମାସ ତଳେ କେସିଙ୍ଗା ସହରର ବଲାଙ୍ଗୀର ଛକ ନିକଟରେ ଥିବା ଅମ୍ବାଜି ମନ୍ଦିରର ଗର୍ଭ ଗୃହ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ ଦୁର୍ବୃତ୍ତ । ହେଲେ ସେହି ଘଟଣାକୁ ଦୀର୍ଘ ଦିନ ବିତି ଯାଇ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିବା ବେଳେ ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ତେବେ ବର୍ତ୍ତମାନ ପୁଣିଥରେ ସମାନ ଘଟଣା ସାମ୍ନାକୁ ଆସିଥିବା ବେଳେ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ବାରମ୍ବାର ଜିଲ୍ଲାରେ ଚୋରି ଡକାୟତି ରାହଜାନି ବୃଦ୍ଧି ପାଉଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ସାଧାରଣ ଆଲୋଚନା ଜୋର ଧରିଛି । ତେବେ ୨ ମାସ ପରେ ସେହି ଘଟଣାର ପୁନରାବୃତ୍ତି ହୋଇଥିବା ବେଳେ ଜଗନ୍ନାଥ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ପୋଲିସର କାର୍ଯ୍ୟାନୁଷ୍ଠାନ କିଭଳି ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Mar 15, 2023, 1:14 PM IST

ABOUT THE AUTHOR

...view details