ଓଡିଶା

odisha

By

Published : Nov 3, 2019, 9:05 PM IST

ETV Bharat / state

ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ, ପୋଲିସ ପାଖକୁ ନଯିବା ପାଇଁ ଗାଁ କମିଟିରେ ତାଗିଦ !

କଳାହାଣ୍ଡି ଜିଲ୍ଲା ଜୁନାଗଡରେ ଦୁଷ୍କର୍ମର ଶିକାର ହୋଇଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ କଙ୍ଗାରୁ କୋର୍ଟରେ ମିଳିଲାନି ନ୍ୟାୟ ।  ନ୍ୟାୟ ଦେବା ବଦଳରେ ପୋଲିସ ପାଖକୁ ନଯିବାକୁ ତାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଦୁଷ୍କର୍ମର ଶିକାର ହୋଇଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ କଙ୍ଗାରୁ କୋର୍ଟରେ ମିଳିଲାନି ନ୍ୟାୟ । ଦୁଷ୍କର୍ମକାରୀ ଗାଁର ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ବୋଲି ଜାଣିବା ପରେ ନ୍ୟାୟ ଦେବା ବଦଳରେ ହାତ ଟେକିଦେଇଥିଲା କୋର୍ଟ । ଏହା ସହିତ ପୋଲିସ ପାଖକୁ ନଯିବାକୁ ତାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ ବାଦଲଦେଇ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ମୁତାବକ, ଜୁନାଗଡ ଥାନା ନାନ୍ଦୁଲ ପଞ୍ଚାୟତ ବାଦଲଦେଇ ଗ୍ରାମର ୨୫ ବର୍ଷିୟ ଜୈନିକ ଦିବ୍ୟାଙ୍ଗ ଯୁବତୀ ସେହି ଗ୍ରାମର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଘରେ କାମ କରୁଥିଲା । ତେବେ ତାଙ୍କ ବିବାହିତ ପୁଅ ଅମୁଲ୍ୟ ବିଶ୍ବାଳ ପୀଡିତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗ କରିଛନ୍ତି ସେ । ଦୁଷ୍କର୍ମର ଶିକାର ହେବାପରେ ସେ ଗର୍ଭବତୀ ହୋଇଥିଲେ ।

ଏନେଇ ପୀଡିତା ଜଣଙ୍କ ଘରେ କହିବା ପରେ ଗାଁରେ କଙ୍ଗାରୁ କୋର୍ଟ ମଧ୍ୟ ବସିଥିଲା । କଥା କହି ପାରୁନଥିବା ଏହି ପୀଡିତା ଜଣଙ୍କ ଅଭିଯୁକ୍ତକୁ ଚିହ୍ନଟ ମଧ୍ୟ କରିଥିଲେ । କିନ୍ତୁ ଅଭିଯୁକ୍ତଙ୍କ ପରିବାର ସମ୍ପର୍କରେ ଜାଣିବା ପରେ ହାତ ଟେକି ଦେଇଦେଲା କଙ୍ଗାରୁ କୋର୍ଟ । ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କୁ ଓଲଟା ତାଗିଦ କରିଥିଲା ଗାଁ କମିଟି । ଏମିତି କି ପୀଡିତାଙ୍କ ପରିବାରକୁ ମାମଲା ରୁଜୁ ନକରିବାକୁ ଚାପ ପ୍ରୟୋଗ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଏହାପରେ ନ୍ୟାୟ ପାଇଁ ପୀଡିତାଙ୍କ ପରିବାର ଲୋକେ କଳାହାଣ୍ଡି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏସପିଙ୍କ ନିକଟରେ ଦ୍ବାରସ୍ଥ ହେବା ପରେ ମହିଳା ସେଲ ଦାୟିତ୍ବରେ ଥିବା ଆଡିସନାଲ ଏସପି ମଣିପାତ୍ରଙ୍କ ନିର୍ଦ୍ଦେଶରେ ଜୁନାଗଡ ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି । ଜୁନାଗଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତ ପରିବାର ଗାଁ ର ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୀଡିତାଙ୍କ ପରିବାର ଗ୍ରାମରେ ଅସୁରକ୍ଷିତ ମନେ କରୁଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details