ଓଡିଶା

odisha

By

Published : Aug 15, 2019, 10:53 PM IST

ETV Bharat / state

ପୋଲିସ-ମାଓବାଦୀ ଗୁଳି ବିନିମୟ

ଗୁଣ୍ଡୁରି ସଂରକ୍ଷିତ ଜଙ୍ଗଲରେ ବୁଧବାର ସନ୍ଧ୍ୟା ସମୟରେ ମାଓବାଦୀ-ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା କଥା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଣ୍ଡୁରି ସଂରକ୍ଷିତ ଜଙ୍ଗଲରେ ବୁଧବାର ସନ୍ଧ୍ୟା ସମୟରେ ମାଓବାଦୀ-ଏସଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା କଥା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସେଠାରେ ଥିବା ମାଓ କ୍ୟାମ୍ପରୁ ଡିଟୋନେଟର, ଜିଲେଟିନ, ମାଓ ପତ୍ରିକା, ଔଷଧ, ବ୍ୟାଗ ଓ ବିଭିନ୍ନ ମାଓସମଗ୍ରୀ ଉଦ୍ଧାର କରାଯାଇଛି । କିଛି ମାଓବାଦୀ ଏସଓଜି ଯବାନଙ୍କ ଗୁଳିରେ ଗୁରୁତର ହୋଇଥିବା କଳାହାଣ୍ଡି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।


ସୂଚନାଯୋଗ୍ୟ, ଗୁଣ୍ଡୁରି ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା କଥା ଗୁଇନ୍ଦା ସୂତ୍ରରୁ ଖବର ପାଇ ଏସଓଜି ଯବାନ ମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ସେହି ସମୟରେ ମାଓବାଦୀ ମାନେ ଗୁଳି ଚଳାଇଥିଲେ । ଏସଓଜି ଯବାନ ମାନେ ପାଲଟା ଗୁଳି ଚାଳନା କରିବା ଫଳରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details