ଓଡିଶା

odisha

ETV Bharat / state

ହତ୍ୟାର ପ୍ରତିଶୋଧ ନେଲା ଲାଲବାହିନୀ

କଳାହାଣ୍ଡି ଜିଲ୍ଲା ପଞ୍ଚକୁଲ ଗ୍ରାମରେ ପୋଲିସ ଇନଫର୍ମର ସନ୍ଦେହରେ ବ୍ୟକ୍ତିଙ୍କୁ ହତ୍ୟା ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ ଅନ୍ତିମ ସତ୍କାର ଶେଷ ହୋଇସାରିଥିଲା । ଅଧିକ ପଢ଼ନ୍ତୁ

By

Published : Nov 26, 2022, 9:27 AM IST

moist killed a man in kalahandi police not found his dead body
ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ଘଟଣା, ପୋଲିସକୁ ମିଳିଲାନି ମୃତଦେହ

ଭବାନୀପାଟଣା:ପୋଲିସ ଇନଫର୍ମର ସନ୍ଦେହରେ ବ୍ୟକ୍ତିଙ୍କୁ ହତ୍ୟା ଘଟଣା । ପୋଲିସକୁ ମିଳିଲାନି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅନ୍ତିମ ସତ୍କାର ଶେଷ ହୋଇସାରିଥିଲା । ଫଳରେ ପୋଲିସକୁ କୌଣସି କଥ୍ୟ ମିଳିନଥିବା କଳାହାଣ୍ଡି ଏସ୍ପି ସୂଚନା ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା ଯୁଗସାଇପାଟଣା ପଞ୍ଚାୟତ ଦୁର୍ଗମ ତଳ ପଞ୍ଚକୁଲ ଗ୍ରାମର ଲାଲବତୀ ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ ।

ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ଘଟଣା

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ଦୁର୍ଗମ ପଞ୍ଚକୁଲ ଗ୍ରାମର ୪୮ ବର୍ଷୀୟ ଲାଲବତି ମାଝୀ ନାମକ ଜଣେ ଗ୍ରାମବାସୀଙ୍କୁ ବିଳମ୍ବିତ ରାତିରେ ମାଓବାଦୀମାନେ ଘରୁ ଉଠାଇ ନେଇଥିଲେ । ମାଓବାଦୀଙ୍କ ସମ୍ପର୍କରେ ପୋଲିସକୁ ତଥ୍ୟ ପ୍ରଦାନ କରୁଥିବା କାରଣରୁ ଇନଫର୍ମର ସନ୍ଦେହରେ ତାଙ୍କ ଗଳାକାଟି ହତ୍ୟା କରାଯାଇଥିଲା । ଅଞ୍ଚଳର ଅନ୍ୟ କିଛି ଲୋକ ପୋଲିସ ଇନଫର୍ମର ଥିବା ଯୋଗୁଁ ଲାଲ ବାହିନୀ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ତେବେ ଏନେଇ ପୋଲିସ ଖବର ପାଇ ଏସଓଜି ଏବଂ ସଦର ପୋଲିସ ଟିମଙ୍କ ମିଳିତ ଅପରେସନ କରିଥିଲା । ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଇନଫର୍ମର ସନ୍ଦେହରେ ହତ୍ୟା ଘଟଣା

ଏହା ମଧ୍ୟ ପଢ଼ନ୍ତୁ:ମାଓବାଦୀଙ୍କ ବର୍ବରତା, ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ବଂଶ ଧାରା-ଘୁମୁସର-ନାଗାବଳୀ (ବା ଘୁ ନା ) ଡିଭିଜନ କମିଟି ମାଓବାଦୀରେ ନିୟମଗିରି ଏରିଆ କମାଣ୍ଡର ଭାବରେ କାମ କରୁଥିବା କୁନି ମାଝୀଙ୍କ ବାପାଙ୍କୁ ଲାଲବତୀ ମାଝୀ ହତ୍ୟା କରିଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ କମିଟିର ନିୟମଗିରି ଏରିଆ କମାଣ୍ଡର କୁନି ମାଝୀ ତାଙ୍କୁ ହତ୍ୟା କରିଥିବା ପୋଲିସ ପ୍ରେସ ବିଜ୍ଞପ୍ତି ଯୋଗେ ସୂଚନା ଦେଇଛି । ଏନେଇ କଳାହାଣ୍ଡି ଏସ୍ପି କହିଛନ୍ତି, "ଲାଲବତୀ ମାଝୀଙ୍କୁ ହତ୍ୟା ପରେ ପୋଲିସ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ତାଙ୍କ ଅନ୍ତିମ ସତ୍କାର କରିସାରିଥିଲେ । ଫଳରେ ପୋଲିସ ହାତରେ କୌଣସି ତଥ୍ୟ ଲାଗିପାରିନାହିଁ ।" ବର୍ତ୍ତମାନ ସୁଦ୍ଧା ପଞ୍ଚକୁଲ ଅଞ୍ଚଳରେ ଏସଓଜି ଏବଂ ଡିଭିଏଫ ଯବାନ ପକ୍ଷରୁ କୁମ୍ବିଂ ଅପରେସନ ଜାରି ରହିଥିବା ନେଇ କଳାହାଣ୍ଡି ଏସ୍ପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details