ଭୁବନେଶ୍ବର: ଗୋଟିଏ ଦିନରେ 5 ହେବିୱେଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାଶ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରମନ୍ତ୍ରୀ ରାଜକୁମାର ସିଂହ ଏବଂ ବିଏସପି ସୁପ୍ରିମୋ ମାୟାବତୀ ଓଡିଶା ଗସ୍ତରେ । ଯାହାକୁ ନେଇ ଚଳଚଞ୍ଚଳ ବିଜେପି ଓ ବିଏସପି ଶିବିର । ସରଗରମ ପ୍ରଚାର ମଇଦାନ ।
ଜମିବ ପ୍ରଚାର: ଓଡିଶା ଗସ୍ତରେ ମୋଦି ଓ ମାୟାବତୀ
ଆଜି ଷ୍ଟାର ପ୍ରଚାରକଙ୍କ ଭିଡ । ଦୁଲୁକୁଛି ଓଡିଶା ରାଜନୀତି । ଭବାନୀପାଟଣାରେ ମୋଦି ଏବଂ ଭୁବନେଶ୍ବର ବରମୁଣ୍ଡାରେ ଉଦବୋଧନ ଦେବେ ମାୟାବତୀ ।
ଫାଇଲ ଫଟୋ
ଚଳିତ ନିର୍ବାଚନର ପ୍ରଚାର ପାଇଁ ଏହା ହେଉଛି ମୋଦିଙ୍କ ଦ୍ବିତୀୟ ଓଡିଶା ଗସ୍ତ । ଦିନ 11ଟାରେ ଭାବନୀପାଟଣାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ମୋଦି । ଗତ 29 ତାରିଖରେ ସେ ଓଡିଶା ଆସିଥିଲେ । ଉଭୟ ବିଜେଡି ଓ କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ଆଉ ଆଜି ମୋଦିଙ୍କ ଆଭିମୁଖ୍ୟ କେତେ ଆକ୍ରମଣାତ୍ମକ ହେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।
ବିଏସପି ସୁପ୍ରିମୋ ମାୟାବତୀ ବି ଆଜି ଓଡିଶା ଆସୁଛନ୍ତି । ଭୁବନେଶ୍ବର ବରମୁଣ୍ଡାରେ ଆୟୋଜିତ ଦଳୀୟ ସମାବେଶରେ ସେ ଉଦବୋଧନ ଦେବେ ।