ଭବାନୀପାଟଣା:ଇନ୍ଦ୍ରାବତୀ ନଦୀରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କର ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣକ ହେଲେ ନିକେଶଯୋର ଗାଁର ଉଦୟନାଥ ନାଏକ । ଉଦୟନାଥଙ୍କ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ ଟିମ୍ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ନିକେଶଜୋର ଗାଁର ଉଦୟନାଥ ନାଏକ ଥୁଆମୂଳ ରାମପୁରରୁ ନିଜ ଗାଁକୁ ଯାଉଥିଲେ । ଏନେଇ ଘର ଲୋକଙ୍କୁ ମଧ୍ୟ ଜଣାଇଥିଲେ ।
ଗାଁକୁ ଯିବା ପାଇଁ ଇନ୍ଦ୍ରାବତୀ ନଦୀ ପାର୍ ହେଉଥିବା ସମୟରେ ଯୁବକ ଜଣକ ଭାସିଯାଇଥିଲେ । ନଦୀର ପ୍ରଖର ସ୍ରୋତରେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ମଧ୍ୟ ଅସାବଧାନତା ଯୋଗୁଁ ନଦୀର ଗଭୀର ସ୍ରୋତରେ ଭାସିଯାଇଥିଲେ । ତେବେ ଦୀର୍ଘ ସମୟ ଯାଏଁ ଉଦୟନାଥ ଘରକୁ ନଆସିବାରୁ ପରିବାର ଲୋକେ ଖୋଜା ଖୋଜି ଆରମ୍ଭ କରିଥିଲେ । ହେଲେ ଉଦୟନାଥଙ୍କ କୌଣସି ଖୋଜ ଖବର ମିଳିନଥିଲା । କିଛି ସମୟ ପରେ ଇନ୍ଦ୍ରାବତୀ ନଦୀ ବାଟ ଦେଇ ଆସୁଥିବା ସ୍ଥାନୀୟ ଲୋକେ ନଦୀରେ କେହି ଭାସୁଥିବା ଦେଖି ତୁରନ୍ତ ଗ୍ରାମବାସୀ ଓ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଘଟଣା ସମ୍ପର୍କରେ ଖବରପାଇ ସେଠାରେ ପହଞ୍ଚି ଥିଲେ ।