ଭବାନୀପାଟଣା:କଳାହାଣ୍ଡିରେ ଲଜ୍ଜାଜନକ ଘଟଣା । ସୀମା ଟପୁଛି ପାଶବିକତା, ମାନବିକତା ହରାଉଛି ମନୁଷ୍ୟ । 5 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କଲା 48 ବର୍ଷୀୟ ବ୍ୟକ୍ତି । ମୂର୍ତ୍ତି ବିସର୍ଜନ କରିବାକୁ ନଦୀକୁ ଯାଇଥିବା ବେଳେ ଏକ ଜଙ୍ଗଲକୁ ଟେକି ନେଇ ଶିଶୁ କନ୍ୟାକୁ ଦୁଷ୍କର୍ମ କଲା ଅଭିଯୁକ୍ତ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମଦନପୁର ରାମପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଉଛି ୪୮ ବର୍ଷୀୟ ଉଗ୍ରସେନ ଭୋଇ ।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତର ଘର ପୀଡିତାଙ୍କ ଘର ପାଖରେ । ନିଜ ଘର ପାଖରେ ଦୋକାନ ଖଣ୍ଡିଏ କରି ରୁହେ ଉଗ୍ରସେନ ଭୋଇ। ତାର ନଜର ସବୁଦିନ ରହିଥିଲା ପୀଡିତାଙ୍କ ଉପରେ ଅନେକ ସମୟରେ ତାଙ୍କୁ ଦୋକାନକୁ ଡାକି ଚକୋଲେଟ ଦେଇଥାଏ ଅଭିଯୁକ୍ତ ଜଣକ । ତେବେ ପୀଡିତା ଜଣଙ୍କ ତାଙ୍କ ବାପାଙ୍କ ସହ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ କରିବାକୁ ପାଣିଘାଟକୁ ଯାଇଥିବା ବେଳେ ଏହି ସମୟରେ ତାଙ୍କୁ ଉଠାଇନେଇ ପାଖରେ ଥିବା ଏକ ଜଙ୍ଗଲକୁ ନେଇ ଯାଇଥିଲା ଉଗ୍ରସେନ ଭୋଇ । ସେଠାରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ।
ଏହା ମଧ୍ୟ ପଢନ୍ତୁ-ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବଡବାପା ପୁଅ ଅଟକ