ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଭଟାଗୁଡ଼ା ଗାଁରେ ୧୦ ବର୍ଷର ନାବାଳକକୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା । ଏହି ଘଟଣାରେ ଅଭିଯୁକ୍ତ ଜୟସିଂ ଜାନୀକୁ ପୋଲିସ ଗିରଫ କରିଥିବା ବେଳେ ଗତକାଲି କୋର୍ଟ ଚାଲଣ କରିଛି । ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ ଧନୁ ତୀର ଜବତ କରିଛି ପୋଲିସ । ଗୁରୁବାର ଦିନ ଘଟିଥିବା ଏହି ଲୋମହର୍ଷଣ କାରୀ ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ ।
10 ବର୍ଷ ନାବାଳକକୁ ହତ୍ୟା ଘଟଣା; ବନ୍ଧା ହେଲା ଅଭିଯୁକ୍ତ - କୋର୍ଟ ଚାଲାଣ
କଳାହାଣ୍ଡି ଜିଲ୍ଲା ଭଟାଗୁଡ଼ା ଗାଁରେ ୧୦ ବର୍ଷର ନାବାଳକକୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣାରେ ଅଭିଯୁକ୍ତକୁ କୋର୍ଟ ଚାଲଣ କରିଛି ପୋଲିସ । ଅଧିକ ପଢନ୍ତୁ...
ନାବାଳକକୁ ହତ୍ୟା ଘଟଣା; ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣକଲା ପୋଲିସ
ସୂଚନା ଅନୁଯାୟୀ, ଭଟାଗୁଡ଼ା ଗାଁର ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲକୁ ସେହି ଗାଁର ଜୟସିଂ ଜାନୀ ନାମକ ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହୋଇଥିଲା । ଏହା ପରେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ