ଓଡିଶା

odisha

କେବେ ଦୂରହେବ ଦାଦନ ଦୁଃଖ: ହାଇଦ୍ରାବାଦରେ ଗଲା ଆଉଜଣେ ନାବାଳକ ଶ୍ରମିକଙ୍କ ଜୀବନ

By

Published : May 27, 2022, 5:43 PM IST

ଅଭାବ ପାଇଁ ବାହାର ରାଜ୍ୟକୁ କାମକରି ଯାଇଥିବା କଳାହାଣ୍ଡିର ଜଣେ ନାବାଳକଙ୍କ ମୃତ୍ୟୁ । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇ ଥିବାବେଲେ କେବେ ଏ ଦାଦନ ଦୁଃଖ ଦୂରହେବ, ସେନେଇ ସରକାରଙ୍କୁ ସର୍ବସାଧାରଣଙ୍କ ପ୍ରଶ୍ନ । ଅଧିକ ପଢନ୍ତୁ

କେବେ ଦୂରହେବ ଦାଦନ ଦୁଃଖ: ହାଇଦ୍ରାବାଦରେ ଗଲା ଆଉଜଣେ ନାବାଳକ ଶ୍ରମିକଙ୍କ ଜୀବନ
କେବେ ଦୂରହେବ ଦାଦନ ଦୁଃଖ: ହାଇଦ୍ରାବାଦରେ ଗଲା ଆଉଜଣେ ନାବାଳକ ଶ୍ରମିକଙ୍କ ଜୀବନ

ଭବାନୀପାଟନା: ଉଗ୍ର ରୂପ ଧାରଣ କରୁଛି ଦାଦନ ଶ୍ରମିକ ପ୍ରଥା । କଳାହାଣ୍ଡିରେ ଛୁଆ ଠୁ ବୁଢ଼ା ସମସ୍ତେ ଏବେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ଦେଖିବାକୁ ମିଳୁଛି । କାମ ଅଭାବରୁ ଦୁଇ ପଇସା ରୋଜଗାର ଆଶାରେ ଘର ଛାଡ଼ୁଛନ୍ତି ଏକାଧିକ ବ୍ୟକ୍ତି । ଦାଦନ ପ୍ରଥା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ନ ହେବାରୁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ କାହାର ମୃତ୍ୟୁ ଘଟୁଛି ତ ଆଉ କାହାର ମୂଲ୍ୟବାନ ଅଙ୍ଗ ଯାଉଛି । ଆଉ କେହି କେହି ମଧ୍ୟ ଭିଟାମାଟିକୁ ଫେରିପାରୁ ନାହାନ୍ତି ।

କେବେ ଦୂରହେବ ଦାଦନ ଦୁଃଖ: ହାଇଦ୍ରାବାଦରେ ଗଲା ଆଉଜଣେ ନାବାଳକ ଶ୍ରମିକଙ୍କ ଜୀବନ

ସେପଟେ ସ୍କୁଲରେ କଲମ ଧରିବା ସମୟରେ ଦାଦନ ଖଟିବାକୁ ଯାଉଛନ୍ତି କୋମଳମତି ଶିଶୁ । ଏଭଳି ଏକ ଦାଦନ ଦୁଃଖର କରୁଣ କାହାଣୀ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ସୂଚନା ଅନୁଯାୟୀ, ପିପଲଝାପର ଗାଁରର ଦୁର୍ଯ୍ୟୋଧନ ବିଷିଙ୍କ ୧୪ ବର୍ଷର ପୁଅ ସୋମନାଥ ବିଷି ନିଜ ଗାଁ ନିକଟରେ ଥିବା ଗୋତମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଭଲ ପାଠ ପଢ଼ୁଥିଲା । ପରିବାରର ଅଭବା ଅନଟନ ଦେଖି ଗତ ୬ ମାସ ତଳେ ବାପା ସହ ହାଇଦ୍ରାବାଦର ଏକ ଘରୋଇ କମ୍ପାନି ପକ୍ଷରୁ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ପ୍ରତ୍ୟେକ ଦିନ ଭଳି ଗତକାଲି(ବୁଧବାର) ମଧ୍ୟ ବାପାଙ୍କ ସହ ମିଶି କାମକୁ ଯାଇଥିଲେ । ସେଠାରେ କାମ କରିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହେବାରୁ ସୋମନାଥଙ୍କ ବାପା ଓ ସାଥି ଶ୍ରମିକ ତାଙ୍କୁ ସ୍ଥାନୀୟ ମେଡ଼ିକାଲକୁ ନେଇ ଥିଲେ ।

ହେଲେ ସେଠାରେ ତାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହାପରେ ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗ ମୃତଦେହ ଗାଁକୁ ପଠାଇ ଦିଆଯାଇଛି । ମୃତଦେହ ଗାଁରେ ପହଞ୍ଚିବା ପରେ କାନ୍ଦବୋବାଳିରେ ପାଠି ପଡୁଛି ଗାଁ । ତେବେ ସରକାର ବାଳ ଶ୍ରମିକ ପ୍ରଥା ଏବଂ ଦାଦନ ଶ୍ରମିକ ରୋକିବା ପାଇଁ ନାନା ପଦକ୍ଷେପ ଆପଣାଉଛନ୍ତି । ତଥାପି ଫଳ ଶୂନ । ଉତ୍କଟ ହେବାରେ ଲାଗୁଛି ଦାଦନଙ୍କ କାହାଣୀ । ଦୁଇ ପଇସା ରୋଜଗାର ପାଇଁ କିଏ ବିଦେଶ ଯାଇ ଶବ ହୋଇ ଫେରୁଛି ତ ଆଉ କିଏ ବିକଳାଙ୍ଗ । ଆଉ କେହି କେହି ଭିଟାମାଟିକୁ ଫେରିବା ପାଇଁ ଆକୁଳ ନିବେନ କରୁଛି । କେବେ ଏହି କରୁଣ କାହାଣୀର ଅନ୍ତ ଘଟିବ ତାବା ଦେଖିବାକୁ ବାକି ରହିଲା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details