ଓଡିଶା

odisha

ETV Bharat / state

ଜଙ୍ଗଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର - ଜଙ୍ଗଲରୁ ମିଳିଲା ନାବାଳିକାର ମୃତଦେହ

ଜଙ୍ଗଲରୁ ମିଳିଲା ନାବାଳିକାର ମୃତଦେହ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅନ୍ତର୍ଗତ ମୋହନଗିରୀ ଗାଁ ନିକଟରେ ଥିବା ଜଙ୍ଗଲରୁ ଜଣେ ନାବାଳିକା ଝିଅର ଝୁଲନ୍ତା ଗଳିତ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଜଙ୍ଗଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର
ଜଙ୍ଗଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର

By

Published : Sep 22, 2022, 1:37 PM IST

ଭବାନୀପାଟଣା: ଜଙ୍ଗଲରୁ ମିଳିଲା ନାବାଳିକାର ମୃତଦେହ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅନ୍ତର୍ଗତ ମୋହନଗିରୀ ଗାଁ ନିକଟରେ ଥିବା ଜଙ୍ଗଲରୁ ଜଣେ ନାବାଳିକା ଝିଅର ଝୁଲନ୍ତା ଗଳିତ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁଯାୟୀ ମୋହନଗିରି ଗାଁର ନାବାଳିକା ମନୀଷା ନାଏକ ୧୭ ତାରିଖ ଦିନ ଦ୍ବିପ୍ରହରରେ ଘରେ ଖାଇ ସାରିବା ପରେ କୌଣସି କାମରେ ଗାଁ ମୁଣ୍ଡକୁ ଯାଇଥିଲେ ।

ହେଲେ ଦୀର୍ଘ ସମୟ ଧରି ସେ ଆଉ ଘରକୁ ଫେରିନଥିଲେ । ଏନେଇ ପରିବାର ଲୋକେ ଖୋଜାଖୋଜି କରିଥିଲେ । ହେଲେ ଝିଅକୁ ପାଇନଥିଲେ । ଶେଷରେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଝିଅ ନିଖୋଜ ହେବାର ୪ ଦିନ ପରେ ଅର୍ଥାତ ବୁଧବାର ଗାଁ ନିକଟସ୍ଥ ଜଙ୍ଗଲରେ କିଛି ସ୍ଥାନୀୟ ଗାଈ ଚରାଳି ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।

ତେବେ ଉଦ୍ଧାର ହୋଇଥିବା ମୃତଦେହଟି ନିଖୋଜ ନାବାଳିକା ଝିଅର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ । ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା । ବର୍ତ୍ତମାନ ସୁଦ୍ଧା ନାବାଳିକା ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନାହିଁ । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

ତେବେ କିଏ ଝିଅକୁ ଏଠି ମାରି ଟାଙ୍ଗି ଦେଇଛି କି ଝିଅ ନିଜେ ଆତ୍ମହତ୍ୟା କରିଛି ତାହାର କାରଣ ଏଯାଏଁ ଜଣାପଡ଼ିନି । ଯଦି ଏହା ହତ୍ୟାକାଣ୍ଡ ବୋଲି ଜଣାପଡ଼େ ତାହାଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଉ ଯଦି ଝିଅ ଆତ୍ମହତ୍ୟା କରିଥାଏ ତେବେ କାହିଁକି ଏପରି ଚରମ ନିଷ୍ପତ୍ତି ନେଲା ତାହାର କାରଣ ଶୀଘ୍ର ଜଣାପଡ଼ିବ ବୋଲି ପୋଲିସ କହିଛି ।

ଇଟିଭି ଭାରତ,କଳାହାଣ୍ଡି

ABOUT THE AUTHOR

...view details