ଓଡିଶା

odisha

ETV Bharat / state

ସପ୍ତାହେ ଧରି ନିଖୋଜ ଥିଲେ, ଗାଁ ପାଖରୁ ମିଳିଲା ପ୍ରେମୀଯୁଗଳଙ୍କ ଗଳିତ ମୃତଦେହ - ପ୍ରେମୀଯୁଗଳଙ୍କ ସନ୍ଦେହଜନକ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ବାଞ୍ଜିପଦର ଗାଁରେ ପ୍ରେମୀଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର । ଗତ ସପ୍ତାହେ ହେବ ନାବାଳକ ଓ ନାବାଳିକା ନିଖୋଜ ଥିଲେ । ଅଧିକ ପଢ଼ନ୍ତୁ

couple dead body found in kalahandi
ପ୍ରେମୀଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର

By

Published : Jul 9, 2023, 10:47 PM IST

Updated : Jul 9, 2023, 10:56 PM IST

ପ୍ରେମୀଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ଦୁଇଟି ଗଳିତ ମୃତଦେହ ଉଦ୍ଧାର । ଗତ ସପ୍ତାହେ ହେବ ନାବାଳକ ଓ ନାବାଳିକା ନିଖୋଜ ଥିଲେ । ମୃତକଙ୍କ ଘର ଧର୍ମଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର ଗାଁର ବୋଲି ସୂଚନା ମିଳିଛି । ନିଖୋଜ ହେବାର ସପ୍ତାହେ ପରେ ଗାଁ ପାଖ ପୋଲ ନିକଟରୁ ଦୁହିଁଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ପ୍ରେମଜନିତ ହତ୍ୟା ବା ଆତ୍ମହତ୍ୟା ସନ୍ଦେହରେ ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର ଗାଁର ଜଣେ ନାବାଳକ ଓ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୀର୍ଘ ଗୋଟିଏ ବର୍ଷ ଧରି ଉଭୟଙ୍କ ପ୍ରେମ ସମ୍ପର୍କ ବେଶ ନିବିଡ଼ ଥିଲା । ଏମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ପରିବାର ଲୋକେ ଜାଣିବା ପରେ ତାଗିଦ କରିବା ସହ ଏହାକୁ ଗ୍ରହଣ କରିନଥିଲେ । ଘର ଲୋକେ ବାରମ୍ବାର ତାଗିଦ କରିବାରୁ ଉଭୟ ଘର ଛାଡ଼ି ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଗତ ଜୁନ ୩୦ ତାରିଖରେ ଦୁହେଁ ଘର ଛାଡ଼ି ଫେରାର ହୋଇଥିଲେ । ଉଭୟଙ୍କ ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କୁ ପାଇନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ଆଜି(ରବିବାର) ବାଞ୍ଜିପଦର ଗାଁ ମୁଣ୍ଡରେ ଥିବା ପୋଲ ତଳୁ ଦୁର୍ଗନ୍ଧ ହେବାରୁ ଗ୍ରାମବାସୀ ଯାଇ ଦେଖିଲା ବେଳକୁ ଦୁଇଟି ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ପୋଲିସ ଓ ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ପରିବାର ଲୋକେ ପହଞ୍ଚିଥିଲେ । ମୃତଦେହ ଚିହ୍ନଟ କରିବା ପରେ ପୋଲିସ ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ ଟିମ ସାହାଯ୍ୟରେ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଉଭୟ ନାବାଳକ ଓ ନାବାଳିକାଙ୍କ ମୃତଦେହ ତଣ୍ଟିରେ ଓଢଣୀ ଲାଗିଛି ଓ ଶରୀରର ଅଧା ଅଂଶ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ଧର୍ମଗଡ଼ ପୋଲିସ ସୂଚନା ଦେଇଛି । ସେପଟେ ନାବାଳକ ଓ ନାବାଳିକା ଘର ଛାଡ଼ି ଯିବା ପରେ ଉଭୟଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।


ଇଟିଭି ଭାରତ, କଳାହାଣ୍ଡି

Last Updated : Jul 9, 2023, 10:56 PM IST

ABOUT THE AUTHOR

...view details