ଓଡିଶା

odisha

ETV Bharat / state

ପିସିଭି ଟୀକାକରଣ କାର୍ଯ୍ୟକ୍ରମର ଉଦଘାଟନ କଲେ ଗୃହରାଷ୍ଟ୍ର ମନ୍ତ୍ରୀ - kalahandi news

ଜୁନାଗଡ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ତରୀୟ ପିସିଭି ଟୀକାକରଣ କାର୍ଯ୍ୟକ୍ରମ ଉଦଘାଟିତ । ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଟୀକାକରଣ କାର୍ଯ୍ୟକ୍ରମକୁ କଲେ ଉଦଘାଟନ । ଅଧିକ ପଢନ୍ତୁ...

Minister dibyasankar mishra inaugurated the PCV vaccination program in kalahandi
ପିସିଭି ଟୀକାକରଣ କାର୍ଯ୍ୟକ୍ରମର ଉଦଘାଟନ କଲେ ଗୃହରାଷ୍ଟ୍ର ମନ୍ତ୍ରୀ

By

Published : Jul 2, 2021, 8:59 AM IST

ଭବାନୀପାଟଣା :ଜିଲ୍ଲା ଜୁନାଗଡ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ତରୀୟ ପିସିଭି ଟୀକାକରଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ଏହି ଟୀକାକରଣକୁ ଉଦଘାଟନ କରିଥିଲେ।

ପିସିଭି ଟୀକାକରଣ କାର୍ଯ୍ୟକ୍ରମର ଉଦଘାଟନ କଲେ ଗୃହରାଷ୍ଟ୍ର ମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିଧିକାରୀଙ୍କ ସମେତ ଅନେକ ସ୍ବାସ୍ଥ୍ୟ କର୍ମୀ ସାମିଲ ହୋଇଥିଲେ। ଏହି ଟିକା ନିମୋନିଆ ,ମସ୍ତିସ୍କ ଜ୍ଵରରେ ଶିକାର ହେଉଥିବା ଶିଶୁମାନଙ୍କ ପାଇଁ ଫଳପ୍ରଦ ହେବ। ଏହି ଟିକା ଦେଢ ମାସରୁ ୯ ମାସ ଶିଶୁ ମାନଙ୍କୁ ୩ ଟି ଡୋଜ ପ୍ରଦାନ କରାଯିବ ।

ପ୍ରଥମ ଦିନରେ ଏହି ଟିକା ପ୍ରଥମ ଡୋଜ ଭାବରେ ୧୨ ଜଣ ଶିଶୁଙ୍କୁ ଦିଆଯାଇଥିବା ବେଳେ ଜିଲ୍ଲାରେ ସମୁଦାୟ ୧ଲକ୍ଷ ୭୦ ହଜାର ଶିଶୁଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details