ଭବାନୀପାଟଣା: ରାଜରାସ୍ତାରେ ପଡ଼ିଛି ସରକାରୀ ଔଷଧ । କଳାହାଣ୍ଡି ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗପଦର ରାସ୍ତା, ଖକ୍ସି ଗାଁ ରାସ୍ତା ଏବଂ ଜଙ୍ଗଲରେ ପଡ଼ିଛି ଲକ୍ଷାଧିକ ଟଙ୍କାର ସରକାରୀ ଔଷଧ । ଦୁର୍ଗମ ଲାଞ୍ଜିଗଡ଼ ବ୍ଳକ ଅଞ୍ଚଳର ଶିଶୁ, ଗର୍ଭବତୀ ଓ ଅନ୍ୟାନ୍ୟ ରୋଗୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ବାସ୍ଥ୍ୟର ବିକାଶ ନିରାମୟ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଲୋକଙ୍କ ନିକଟରେ ପହଞ୍ଚି ପାରୁନି ଯୋଜନା। କାରଣ ସରକାରୀ କର୍ମଚାରୀମାନେ ନିୟମିତ ସମୟରେ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପରିବର୍ତ୍ତେ ଏଭଳି ଠକାମୀ କରି ସରକାରୀ ଔଷଧଗୁଡ଼ିକୁ ଲୋକଙ୍କୁ ଦେବା ବଦଳରେ ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଛି।
ଅଳିଆ ଗଦାରେ ‘ନିରାମୟ ଯୋଜନା’ - କଳାହାଣ୍ଡି ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗପଦର ରାସ୍ତା ଖକ୍ସି ଗାଁ
ରାଜରାସ୍ତାରେ ପଡ଼ିଛି ସରକାରୀ ଔଷଧ । କଳାହାଣ୍ଡି ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗପଦର ରାସ୍ତା, ଖକ୍ସି ଗାଁ ରାସ୍ତା ଏବଂ ଜଙ୍ଗଲରେ ପଡ଼ିଛି ଲକ୍ଷାଧିକ ଟଙ୍କାର ସରକାରୀ ଔଷଧ । ଅଧିକ ପଢନ୍ତୁ...
ଅଳିଆ ଗଦାରେ ନିରାମୟ ଯୋଜନା
ସରକାରୀ ବାବୁଙ୍କ ଏଭଳି କାର୍ଯ୍ୟ ଯୋଗୁଁ ବିଭିନ୍ନ ସମୟରେ ସରକାରଙ୍କୁ ଅପଦସ୍ତ ହେବାକୁ ପଢୁଛି। ତେବେ ଘଟଣାକୁ ନେଇ ଲୋକେ ନିରପେକ୍ଷ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ