ଓଡିଶା

odisha

ETV Bharat / state

ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ - suspected dead

ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ବେଳେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ । ଅଧିକ ପଢନ୍ତୁ...

ଦାଦନ ଶ୍ରମିକଙ୍କ ସନ୍ଧେହ ଜଣକ ମୃତ୍ୟୁ
ଦାଦନ ଶ୍ରମିକଙ୍କ ସନ୍ଧେହ ଜଣକ ମୃତ୍ୟୁ

By

Published : Jul 30, 2021, 9:09 AM IST

Updated : Jul 30, 2021, 9:20 AM IST

ଭବାନୀପାଟଣା: ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ବେଳେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ବରାଡଙ୍ଗା ଗାଁର ନିଧି ଚଳାନ ପରିବାର ପ୍ରତିପୋଷଣ ସହ ଦୁଇ ପଇସା ଅଧିକ ରୋଜଗାର ଆଶାରେ ସୁଦୂର କର୍ଣ୍ଣାଟକକୁ କାମ କରିବାକୁ ଯାଇଥିଲେ । ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ ଗତ ସୋମବାର କମ୍ପାନୀ ପରିସର ଏକ ଗଛରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।

ଦାଦନ ଶ୍ରମିକଙ୍କ ସନ୍ଦେହ ଜଣକ ମୃତ୍ୟୁ

ଏନେଇ କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସ ଷ୍ଟେସନ ଓ ପରିବାର ବର୍ଗଙ୍କୁ ସୂଚନା ଦେଇଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଏପରି ଗଛରେ ଝୁଲାଇ ଦେଇଛି ସେନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ତେବେ ଗତକାଲି ତାଙ୍କର ମୃତଦେହ ନିଜ ଗାଁ ବରାଡ଼ଙ୍ଗାରେ ପହଞ୍ଚିଛି। ପରିବାର ବର୍ଗ ନିରପେକ୍ଷ ତଦନ୍ତ ସହ କ୍ଷତିପୂରଣ ଦାବିରେ ଆମ୍ବୁଲାନ୍ସ ଟିକୁ ଅଟକ ରଖିଥିବା ବେଳେ ଆମପାଣି ପୋଲିସ ଗାଁକୁ ଯାଇ ପରିବାର ବର୍ଗଙ୍କ ସହ ଆଲୋଚନା ପରେ ଆମ୍ବୁଲାନ୍ସଟିକୁ ଛାଡ଼ିଥିବା ଜଣାପଡିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ , ଇଟିଭି ଭାରତ

Last Updated : Jul 30, 2021, 9:20 AM IST

ABOUT THE AUTHOR

...view details