ଓଡିଶା

odisha

ETV Bharat / state

ଦାଦନ ଶ୍ରମିକ ବେଳେ ଶିଖିଲେ କୌଶଳ, ଗାଁକୁ ଫେରି ହେଲେ ସଫଳ ଚାଷୀ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବାସିନ୍ଦା ବିଶ୍ବନାଥ ନାଗଙ୍କ ସଫଳ କାହାଣୀ । ବାହାର ରାଜ୍ୟକୁ ଦାଦନ ଖଟିବା ବେଳେ ପନିପରିବା ଚାଷର ଜ୍ଞାନକୌଶଳ । ଆଉ ଏବେ ଗାଁକୁ ଫେରି ସଫଳ ଚାଷୀ ଭାବେ ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରୁଛନ୍ତି । ଅଧିକ ପଢନ୍ତୁ

By

Published : Sep 16, 2022, 10:52 PM IST

ଦାଦନ ଶ୍ରମିକ ବେଳେ ଶିଖିଲେ କୌଶଳ, ଗାଁକୁ ଫେରି ହେଲେ ସଫଳ ଚାଷୀ
ଦାଦନ ଶ୍ରମିକ ବେଳେ ଶିଖିଲେ କୌଶଳ, ଗାଁକୁ ଫେରି ହେଲେ ସଫଳ ଚାଷୀ

ଭବାନୀପାଟଣା:ଦାଦନ ଶ୍ରମିକରୁ ପାଲଟିଲେ ସଫଳ ଚାଷୀ । ପାଖରେ ସେତେବେଳେ ରହୁଥିଲା ୧୦୦ ଟଙ୍କା । ହେଲେ ଏବେ ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା (Story of Successful Farmer ) । ଦିନେ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥିଲେ ଛତିଶଗଡ଼ । ସେଠାରେ କାମ କରି ଦୁଇପଇସା ରୋଜଗାର କରୁଥିଲେ । ମାତ୍ର କାମ କରିବା ବେଳେ ପନିପରିବା ଚାଷକୁ ନେଇ ଜ୍ଞାନ ଆହରଣ କରି ଆଜି ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ । ଆଉ ଗାଁକୁ ଫେରି ପରିବା ଚାଷ କରି ସଫଳ ଚାଷୀ ହୋଇପାରିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ସାନଚେର ଗାଁର ବିଶ୍ବନାଥ ନାଗ ।

ଦାଦନ ଶ୍ରମିକ ବେଳେ ଶିଖିଲେ କୌଶଳ, ଗାଁକୁ ଫେରି ହେଲେ ସଫଳ ଚାଷୀ

ବାହାର ରାଜ୍ୟରେ ଜଣେ ପନିପରିବା ଚାଷୀଙ୍କ ଠାରେ ଶ୍ରମିକ ଭାବରେ କାମ କରୁଥିଲେ ହେଲେ ସେଠାରେ କାମ କରିବା ସମୟରେ ପନିପରିବା ଚାଷକୁ ନେଇ ଜ୍ଞାନ ଆହରଣ କରି ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ଫେରି ଆସିଥିଲେ ନିଜ ଗାଁ ମାଟିକୁ । ନିଜସ୍ବ ଜ୍ଞାନ କୌଶଳରେ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ମୁହଁରେ ଦାନା ଯୋଗାଇ ପାରିବାରେ ସେ ସଫଳ ହୋଇଛନ୍ତି । ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ସାନଚେର ଗାଁର ବିଶ୍ବନାଥ ନାଗ ଓ ସ୍ତ୍ରୀ ଦେବକୀ ନାଗ ପରିବାର ପ୍ରତିପୋଷଣ ପାଇଁ ୩ ପୁଅକୁ ଧରି ୧୯୯୪ ମସିହାରେ ରାୟପୁରକୁ ଦାଦନ ଖଟିବାକୁ କାମ ଅନ୍ବେଷଣରେ ଯାଇଥିଲେ ।

ଏହା ବି ପଢନ୍ତୁ:ଲଜରେ ଜୁଆଖେଳ: 58 ଲକ୍ଷ ଟଙ୍କା ଜବତ, ୭ ଜୁଆଡି ଗିରଫ

ତେବେ ସେଠାରେ କିଛି କମ୍ପାନୀରେ କାମ କରିବା ପରେ ସେଠାରୁ ଦୁର୍ଗ ଠାରେ ଥିବା ଏକ ପନିପରିବା ବଗିଚାରେ କାମ କରୁଥିଲେ । ଏହି କାମରେ ପ୍ରତିଦିନ ବିଶ୍ବନାଥଙ୍କୁ ଦିନ ମଜୁରି ବାବଦକୁ ୧୦୦ ଟଙ୍କା ଓ ତାଙ୍କ ସ୍ତ୍ରୀ ଦେବକୀଙ୍କୁ ୮୦ ଟଙ୍କା ମିଳୁଥିଲା । ଦୀର୍ଘ ୧୮ ବର୍ଷ ଧରି ମାଲିକ ଠାରେ ରହି ଚାଷ କାମ କରିବା ପରେ ୨୦୧୨ ମସିହାରେ ସେ ଗାଁକୁ ଚାଲିଆସିଥିଲେ । ଗାଁକୁ ଆସିଲା ପରେ ଚାଷ କାମ କରିବା ପାଇଁ ମନବଳାଇଥିଲେ । ପ୍ରଥମେ ଦେଢ଼ ଏକର ଜମିରେ କପା ଓ କିଛି ପନିପରିବା ଚାଷ କଲେ । କିଛି ଟଙ୍କା ସଞ୍ଚୟ ହେବା ପରେ ସେ ଗାଁରେ ୯ ଏକର ଜମି କିଣିଥିଲେ ।

ପରେ ସେହି ଜମିରେ ପନିପରିବା ଚାଷ କରି ଆସୁଛନ୍ତି । ବିଶ୍ଵନାଥ କେବଳ ଟମାଟୋ ଓ କଲରା ଚାଷ କରୁଥିବା ବେଳେ ଗତ ୨୦୨୦ ମସିହାରେ ଟମାଟୋ ଚାଷରେ ୨୫ ଲକ୍ଷ ଟଙ୍କା ଆୟ କରିଥିବା ବେଳେ କଲରା ଚାଷରେ ୨୦ ଲକ୍ଷ ଟଙ୍କା ଆୟ କରିଥିଲେ । ଗତ ୨୦୨୧ ମସିହାରେ ଟମାଟୋରେ ୮୦ ଲକ୍ଷ ଟଙ୍କା ଆୟ କରିଥିବା ବେଳେ କଲରାରେ ୧୫ ଲକ୍ଷ ଆୟ କରିଥିଲେ । ବର୍ତ୍ତମାନ ୯ ଏକର ଜମିରେ ୯୦ ହଜାର ଟମାଟୋ ଚାରା ଲଗାଇଛନ୍ତି । ଏଥିରେ ୩୦ ଜଣ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ବିଶ୍ଵନାଥଙ୍କ ଟମାଟୋ ଓ କଲରା ଆନ୍ଧ୍ରପ୍ରଦେଶ, ରାୟପୁର, ମହାସମୁନ୍ଦ, ଭୁବନେଶ୍ବର, ବରଗଡ଼, ବଲାଙ୍ଗୀର ତଥା ଜିଲ୍ଲାର ବିଭିନ୍ନ ବ୍ଲକକୁ ଯାଉଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details