ଓଡିଶା

odisha

By

Published : Feb 2, 2023, 1:45 PM IST

ETV Bharat / state

ଆନ୍ଧ୍ରରେ ଫସିଥିଲେ ଦାଦନ ଶ୍ରମିକ, 17 ଜଣଙ୍କୁ ଉଦ୍ଧାର କଲା ପୋଲିସ

ଆନ୍ଧ୍ର ପ୍ରଦେଶର ଏକ ମାଛ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇ ଫସିଯାଇଥିଲେ ଶ୍ରମିକ । ଅକଥନୀୟ ନିର୍ଯାତନା ଦେଉଥିଲେ ମାଲିକ । ଅଭିଯୋଗ ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ପୋଲିସ ଏକ ସ୍ଵତନ୍ତ୍ର ଟିମ ଆନ୍ଧ୍ରପ୍ରଦେଶକୁ ଯାଇ ଶ୍ରମିକଙ୍କୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ

ଦାଦନ ଶ୍ରମିକ ଉଦ୍ଧାର
ଦାଦନ ଶ୍ରମିକ ଉଦ୍ଧାର

ଦାଦନ ଶ୍ରମିକ ଉଦ୍ଧାର

କଳାହାଣ୍ଡି:ଜିଲ୍ଲାରେ ଥମିବାର ନାଁ ନେଉନାହିଁ ଦାଦନ ସମସ୍ୟା । ପ୍ରାୟ ପ୍ରତି ମାସରେ ଦାଦନ ଶ୍ରମିକ ଉଦ୍ଧାର କରାଯାଉଥିବା ନେଇ ଖବର ସାମ୍ନାକୁ ଆସୁଥିବା ବେଳେ ଆଜି କଳାହାଣ୍ଡି ଓ କୋରାପୁଟର ଜିଲ୍ଲାର ୧୭ଜଣ ଦାଦନ ଶ୍ରମିକଙ୍କୁ ଭବାନୀପାଟଣା ଟାଉନ ଥାନା ପୋଲିସ ଉଦ୍ଧାର କରିଛି । ସମସ୍ତ ଶ୍ରମିକଙ୍କୁ ପୋଲିସ ଭବାନୀପାଟଣା ଟାଉନ ଥାନାକୁ ଆଣି ନିଜ ଘରକୁ ପଠାଇଥିବା ନେଇ ଜଣାପଡିଛି ।

ଉଦ୍ଧାର ହୋଇଥିବା ୧୭ ଜଣ ଶ୍ରମିକ କଳାହାଣ୍ଡି ଜିଲ୍ଲା ଜୟପାଟଣା, କୋକସରା ଓ ଆମପାଣି ଥାନା ଅଞ୍ଚଳର ୧୪ଜଣ ଓ ରାୟଗଡା ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ୩ଜଣ ଶ୍ରମିକ ରହିଛନ୍ତି । ଉଦ୍ଧାର ଶ୍ରମିକମାନଙ୍କ କହିବା ଅନୁଯାୟୀ, "ଜୁନାଗଡ଼ ଥାନା ଅନ୍ତର୍ଗତ କାନ୍ଦୁଲବନ୍ଧ ଗାଁର ଏକ ଦାଦନ ସର୍ଦ୍ଦାର ଟଙ୍କାର ପ୍ରଲୋଭନ ଦେଖାଇ ସମସ୍ତ ଶ୍ରମିକ ମାନଙ୍କୁ ଆନ୍ଧ୍ରପ୍ରଦେଶ ନେଇଯାଇଥିଲା । ସେଠାରେ ମାଛ ମାଛ ବ୍ୟବସାୟୀଙ୍କ ପାଖରେ କାମ କରିବା ପାଇଁ କହିଥିଲା । କିନ୍ତୁ ଶ୍ରମିକମାନେ ସେଠାରେ କିଛି ଦିନ କାମ କରିବା ପରେ ନିର୍ଯାତନାର ଶିକାର ହୋଇଥିଲେ । ପ୍ରତିଦିନ ଏହି ଶ୍ରମିକଙ୍କୁ ମାରପିଟ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ । ଏନେଇ ଶ୍ରମିକମାନେ ନିଜ ସମ୍ପର୍କୀୟଙ୍କୁ ଜଣାଇବା ପରେ ସମ୍ପର୍କୀୟମାନେ ସ୍ଥାନୀୟ ସରପଞ୍ଚ ଯଦୁମଣି ସାହୁଙ୍କୁ ଜଣାଇଥିଲେ ।"

ତେବେ ସରପଞ୍ଚ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ଏସପିଙ୍କୁ ଏନେଇ ଅବଗତ କରାଇଥିଲେ । ଏନେଇ ଖବର ପାଇବା ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ପୋଲିସ ଏକ ସ୍ଵତନ୍ତ୍ର ଟିମ ଆନ୍ଧ୍ରପ୍ରଦେଶକୁ ଯାଇ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ଭବାନୀପାଟଣା ଆଣିଛି । ଏହାପରେ ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ହିଣ୍ଡନବର୍ଗ ରିପୋର୍ଟର ସମୀକ୍ଷା କରିବ ଅଷ୍ଟ୍ରେଲିଆର କର୍ପୋରେଟ ନିୟାମକ

ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ହୋଇପାରୁନାହିଁ । ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କାହାର ମୃତଦେହ ଫେରୁଛି ତ ଆଉ କିଏ ଫେରୁଛି ହାତ ଗୋଡ ହରାଇ । ଆଉ କେତେକ ସ୍ଥଳରେ ନିର୍ଯାତନାର ଖବର ସାମ୍ନାକୁ ଆସୁଛି । ସରକାର ଗରିବ ଶ୍ରେଣୀର ଲୋକମାନଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁ ଥିବା ବେଳେ ଏପଟେ ତାହାର ଓଲଟା ଦେଖିବାକୁ ମିଳୁଛି । ଯାହା ଫଳରେ ଦାଦନ ପ୍ରଥା ଉଗ୍ର ରୂପ ନେବାରେ ଲାଗିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details