ଭବାନୀପାଟଣା:ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ, ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ନିଖୋଜ ହୋଇଗଲେ କଳାହାଣ୍ଡି କିଡିଙ୍ଗ ଗାଁର ଅଲେଖ ଶବର । ଟଙ୍କା ରୋଜଗାର କରିବା ଆଶାରେ ଗୁଜୁରାଟ ଯାଇଥିବା ବେଳେ ସେଠାରେ ରାଜକୋଟ ଠାରେ ସେ ନିଖୋଜ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି । ଦାଦନ ଖଟିବାକୁ ଯିବାର ୩ଦିନ ପରେ ନିଖୋଜ ହୋଇଗଲେ ଅଲେଖ ଶବର । ଏନେଇ ପରିବାର ଲୋକେ ନର୍ଲା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଏହା ମଦ୍ୟ ପଢନ୍ତୁ-Cyclone Sitrang : ପ୍ରଭାବିତ ଆଶଙ୍କା ଜିଲ୍ଲାର ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡିବାକୁ ପରାମର୍ଶ
ମିଳିଥିବା ସୂଚନା ଅନୁଯାୟୀ ପରିବାର ପ୍ରତିପୋଷଣ ପାଇଁ ଅଧିକ ଟଙ୍କାର ଆବଶ୍ୟକତା ଥିବାରୁ କିଡିଙ୍ଗ ଗାଁର ଅଲେଖ ଶବର ଗୁଜୁରାଟରେ ଦାଦନ ଖଟିବାକୁ ମନସ୍ଥ କରିଥିଲେ । ଏଥି ପାଇଁ ଗତ ଅକ୍ଟୋବର ୧୧ ତାରିଖରେ ସାଥି ଶ୍ରମିକଙ୍କ ସହ ଗୁଜୁରାଟ ରାଜକୋଟକୁ ବାହାରିଥିଲେ, ସେଠାରେ ଗତ ୧୩ ତାରିଖରେ ପହଞ୍ଚିଥିଲେ, ଆଉ ପହଞ୍ଚିବା ପରେ ରାଜକୋଟରେ ଗୋଟିଏ ଦିନ ରହି ପରିବାର ଲୋକଙ୍କ ସହ ଫୋନରେ କଥା ମଧ୍ୟ ହୋଇଥିଲେ, ହେଲେ ପର ଦିନ ଠାରୁ ତାଙ୍କ ଫୋନ ନଲାଗିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡିଥିଲେ ।