ଭବନୀପାଟଣା: ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ । ଗୋଆକୁ ଦାଦନ ଖଟିବାକୁ ଯାଇ ପୁଅ ନିଖୋଜ ହେବା ପରେ ଥାନାରେ ଅଭିଯୋଗ କରିଛନ୍ତି ବାପା । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡିରୁ। ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ବନ୍ଧପଡା ଗାଁର ଶଙ୍କର ରାଉତଙ୍କ ପୁଅ ଜଗନ୍ନାଥ ରାଉତ ଦାଦନ ଖଟିବାକୁ ଗତ 2018ରୁ ଗୋଆ ଯାଇଥିଲେ । ହେଲେ ଗତ କିଛି ଦିନ ହେବ ତାଙ୍କ ସହ କୌଣସି ଯୋଗାଯୋଗ ନହୋଇ ପାରିବାରୁ ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ। ଏତଲା ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।
ଦାଦନ ଶ୍ରମିକ ନିଖୋଜ, ଥାନାରେ ଏତଲା - ଗୋଆରେ ଓଡିଆ ପୁଅ ନିଖୋଜ
ଦାଦନ ଖଟିବାକୁ ଗୋଆରେ ନିଖୋଜ ଶ୍ରମିକ । ଥାନାର ଦ୍ବାରସ୍ଥ ହେଲେ ପରିବାର ଲୋକେ । କଳାହାଣ୍ଡିର ଜଗନ୍ନାଥ ରାଉତ ଦାଦନ ଖଟିବାକୁ ନିଖୋଜ ହୋଇ ଯାଇଛନ୍ତି ।

ଦାଦନ ଶ୍ରମିକ ନିଖୋଜ, ଥାନାରେ ଏତଲା
ଦାଦନ ଶ୍ରମିକ ନିଖୋଜ, ଥାନାରେ ଏତଲା
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ