ଓଡିଶା

odisha

ETV Bharat / state

ବଳିଗଲା ଦାଦନ ଦୁଃଖ, କ୍ରସରରେ କାମ କରୁଥିବା ବେଳେ କଟିଗଲା ଶ୍ରମିକଙ୍କ ହାତ - ଗଞ୍ଜାମରେ ଦୁର୍ଘଟଣାର ଶିକାର ହେଲେ କଳାହାଣ୍ଡି ଶ୍ରମିକ

କଳାହାଣ୍ଡିରେ ବଳିଗଲା ଦାଦନ ଶ୍ରମିକଙ୍କ ଦୁଃଖ । ପରିବାର ପ୍ରତିପୋଷଣ ପାଇଁ ଗଞ୍ଜାମ ଜିଲ୍ଲାରେ ଦାଦନ ଖଟିବାକୁ ଯାଇଥିବା ବେଳେ ଦୁର୍ଘଟଣା ଘଟି କଟିଗଲା ବାମହାତ । ଅଧିକ ପଢନ୍ତୁ

ବଳିଗଲା ଦାଦନ ଦୁଃଖ, କ୍ରସରରେ କାମ କରୁଥିବା ବେଳେ କଟିଗଲା ଶ୍ରମିକଙ୍କ ହାତ
ବଳିଗଲା ଦାଦନ ଦୁଃଖ, କ୍ରସରରେ କାମ କରୁଥିବା ବେଳେ କଟିଗଲା ଶ୍ରମିକଙ୍କ ହାତ

By

Published : Apr 16, 2022, 1:43 PM IST

ଭବାନୀପାଟଣା: କ୍ରସରରେ କାମ କରୁଥିବା ସମୟରେ ଘଟିଲା ଅଘଟଣ । ଏଥିରେ ଜଣେ ଦାଦନ ଶ୍ରମିକଙ୍କ ବାମହାତ କଟିଯାଇଥିବା ଜଣାପଡ଼ିଛି । ପୀଡ଼ିତ ଶ୍ରମିକ କଳାହାଣ୍ଡି ଜିଲ୍ଲାର ହୋଇଥିବା ବେଳେ ଦାଦନ ଖଟିବାକୁ ସେ ଗଞ୍ଜାମ ଜିଲ୍ଲା ଯାଇଥିଲେ । ଏଠାରେ ଆସ୍କା ଥାନା ଚାରିମାଇଲ ଛକ ନିକଟରେ ଏକ କ୍ରସରରେ କାମ କରୁଥିବା ବେଳେ ଘଟିଛି ଏଭଳି ଦୁଃଖଦ ଘଟଣା ।

ବଳିଗଲା ଦାଦନ ଦୁଃଖ, କ୍ରସରରେ କାମ କରୁଥିବା ବେଳେ କଟିଗଲା ଶ୍ରମିକଙ୍କ ହାତ

ପୀଡ଼ିତ ଶ୍ରମିକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ପାଡ଼େପଦର ପଞ୍ଚାୟତ ଦୁରେସପଦର ଗାଁର ମହେନ୍ଦ୍ର ମାଝୀ । ପରିବାର ପ୍ରତିପୋଷଣ ପାଇଁ ମହେନ୍ଦ୍ର କାମଧନ୍ଦା କରିବାକୁ ୩ ମାସ ତଳେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଚାରିମାଇଲ ଛକ ନିକଟରେ ଥିବା ଏକ କ୍ରସରକୁ ନିଜ ଗାଁର ବିଜୟ ନାଏକଙ୍କ ସହିତ ଯାଇଥିଲେ। କ୍ରସରରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ହଠାତ କ୍ରସରର ବେଲ୍ସ ଲାଗିଯିବା ଫଳରେ ମହେନ୍ଦ୍ରଙ୍କ ବାମହାତ ସମ୍ପୂର୍ଣ୍ଣ କଟିଯାଇଛି । ଫଳରେ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ଅଚେତ ହୋଇ ପଡ଼ିରହିଥିଲେ ମହେନ୍ଦ୍ର ।

ଖବର ପାଇ ବିଜୟ ଘଟଣାସ୍ଥଳରେ ପହଞ୍ଚିବା ପରେ ତୁରନ୍ତ ମହେନ୍ଦ୍ରଙ୍କୁ ଆସ୍କା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । କାମଧନ୍ଦା ମିଳୁ ନ ଥିବାରୁ ଦି ପଇସା ଉପାର୍ଜନ ପାଇଁ ଲୋକେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଇ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହୋଇ ମୃତାହତ ହେଉଛନ୍ତି । ଦିନକୁ ଦିନ ଦାଦନ ସମସ୍ୟା ଉଗ୍ରରୂପ ଧାରଣ କରିଚାଲିଛି ।

ପରିବାର ପ୍ରତିପୋଷଣର ବୋଝ ନେଇ ଦାଦନ ଖଟି ଯାଉଥିବା ଗରିବ ମଣିଷଟି ଦୁର୍ଘଟଣାର ଶିକାର ହେବା ପରବର୍ତ୍ତୀ ସମୟରେ ନିଜ ପରିବାର ଉପରେ ସାରା ଜୀବନ ପାଇଁ ବୋଝ ହୋଇପଡ଼ୁଛି । ଏଭଳି ଅନେକ ଦୁର୍ଘଟଣା ଘଟି ଚାଲିଥିଲେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଶହ ଶହ ଶ୍ରମିକ ଜିଲ୍ଲା ତଥା ରାଜ୍ୟ ବାହାରକୁ କାମ ପାଇଁ ଯାଉଥିବା ଦେଖିବାକୁ ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details