ଓଡିଶା

odisha

ETV Bharat / state

ପୁଣି ଦାଦନ ମୃତ୍ୟୁ: ମୃତଦେହ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର - ଥୁଆମୁଳ ରାମପୁର ବ୍ଲକ ଦାଦନ ମୃତ

ପିଛା ଛାଡୁନି ଦାଦନ ଦଃଖ, ୨ ଦିନରେ ଗଲାଣି ୨ ଜୀବନ । ମୃତଦେହକୁ ଗାଁକୁ ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ପାଖରେ ଗୁହାରୀ କରିବାକୁ ଯାଇଥିଲେ । ମାତ୍ର ବିଡମ୍ବନାର ବିଷୟ ସ୍ଥାନୀୟ ପ୍ରଶାସନର ଦେଖା ନମିଳିବାରୁ ନିରାଶ ହେଲା ପରିବାର । ଫଳରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଜଣାଇଥିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ପୁଣି ଦାଦନ ମୃତ୍ୟୁ: ମୃତ ଦେହ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର
ପୁଣି ଦାଦନ ମୃତ୍ୟୁ: ମୃତ ଦେହ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର

By ETV Bharat Odisha Team

Published : Sep 21, 2023, 11:02 PM IST

ପୁଣି ଦାଦନ ମୃତ୍ୟୁ: ମୃତ ଦେହ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର

ଭବାନୀପାଟଣା: ମୁଖ୍ୟ ସମସ୍ୟା ସାଜିଛି ଦାଦନ ଶ୍ରମିକ । ଦାଦନକୁ ରୋକିବା ପାଇଁ ସରକାର ଆନେକ ଯୋଜନା କରୁଥିବା ବେଳେ ସବୁ ଫେଲ୍‌ ମାରିଛି । ମାଲିଗାଁ ପଞ୍ଚାୟତର ଦୁଆରସୁନି ଡି ଚେପଟାଘାଟ ଗାଁର ଡମ ମୁଦୁଲି ଗାଁର ଗତ ଫେବ୍ରୁଆରୀରେ କେରଳର ଯାଇଥିଲେ ଦାଦନ ଖଟି କିନ୍ତୁ ତାଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ଫଳରେ ପରିବା ଲୋକେ ମୃତଦେହକୁ ଗାଁକୁ ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ପାଖରେ ଗୁହାରୀ ଯାଇଥିଲେ ମଧ୍ୟ ବିଡମ୍ବନାର ବିଷୟ ହେଲା ସ୍ଥାନୀୟ ପ୍ରଶାସନର ଦେଖା ଦର୍ଶନ ମିଳିଲା ନଥିଲା । ଯାହା ଫଳରେ ଗାଁ ଲୋକେ କଳାହାଣ୍ଡି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଜଣାଇଥିଲେ । ସେପଟେ ପୁଅର ମୃତ୍ୟୁ ଖବର ଶୁଣି ଘରେ ରୋଗୀଣା ମା'ଙ୍କର ମଧ୍ୟ ମୃତ୍ୟୁ ହେଇ ଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ ଦୁଆରସୁନି ଡି ଚେପଟାଘାଟ ଗାଁର ଡମ ମୁଦୁଲି ଗାଁର କିଛି ଯୁବକଙ୍କ ସହ ଗତ ଫେବ୍ରୁଆରୀରେ କେରଳର ତ୍ରିଶୁଲ ଜିଲ୍ଲା ପୁଚେଟିକୁଅଞ୍ଚଳ ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ କଲର କାମ କରୁଥିବା ଘର ଲୋକଙ୍କୁ ଜଣାଇଥିଲେ । ହେଲେ ଆଜି ସକାଳେ ଗାଁର ଜଣେ ଯୁବକ ଫୋନ କରି ଗତକାଲି କାମ କରୁଥିବା ବେଳେ ଛାତ ଉପରୁ ଖସି ପଡି ତାଙ୍କ ମୃତ୍ୟୁ ହେଇ ଯାଇଥିବା ଖବର ଦେଇଥିଲେ । ଖବର ପାଇବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଛି ଗାଁ ଦାଣ୍ଡ । ତେଣୁ ତାଙ୍କ ମୃତଦେହକୁ ଘରକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଦାଦନ ଦୁଃଖ, ଭିଟାମାଟିରେ ପହଞ୍ଚିଲା ଶ୍ରମିକଙ୍କ ମୃତଦେହ

୨ ଦିନରେ ଲଗାତାର ଭାବରେ ଏହା ଦ୍ଵିତୀୟ ଘଟଣା । ଗତକାଲି ମଧ୍ୟ ଏହି ବ୍ଲକରୁ ଏକ ଦାଦନଙ୍କ ବାହାରେ ମୃତ୍ୟୁ ହେଇଥିଲା ଏବଂ ଆଜି ତାଙ୍କ ମୃତଦେହ ଆସୁଥିବା ବେଳେ ଅନ୍ୟ ଜଣେ ଦାଦନ ନିଖୋଜ ଥିବାନେଇ ଭବାନୀପାଟଣା ସଦର ଥାନାରେ ଏତଲା ଦିଆଯାଇଛି । ତେବେ ଜିଲ୍ଲାରେ ଦିନକୁ ଦିନ ଦାଦନ ଦୁଃଖ ବୃଦ୍ଧି ପାଉଥିବା ବେଳେ ସରକାର ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହେଉଛି ।

ଦାଦନ ଦୁଃଖ ଦୂର କରିବା ପାଇଁ ସରକାରଙ୍କ ଆନେକ ଯୋଜନା କରୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ଏହି ଯୋଜନାର ସଠିକ ବିନିଯୋଗ ହୋଇପାରୁ ନାହିଁ । ଫଳରେ ରାଜ୍ୟ ଛାଡି ହଜାର ହଜାର ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଫଳରେ ପେଟପାଟଣା ଆଶାରେ ଲୋକେ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଯାଉଛନ୍ତି ଦାଦନ ଖଟି । ହେଲେ କିଛି ଫେରୁଛନ୍ତି ତ ଆଉ କିଛି ଲୋକଙ୍କ ଫେରୁଛି ମୃତଦେହ ।

ଇଟିଭି ଭାରତ ,କଳାହାଣ୍ଡି

ABOUT THE AUTHOR

...view details